ରାୟଗଡ଼ା ୱାକର୍ସ କ୍ଳବ ଆନୁକୁଲ୍ୟରେ ୨ ଦିନ ବ୍ୟାପୀ କୋବାଡି ଖେଳ ଅନୁଷ୍ଠିତ ହେବ

0
238
ରାୟଗଡ଼ା ୱାକର୍ସ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା, ତା: (୨୯/୧୧/୨୨) : ରାୟଗଡ଼ା ୱାକର୍ସ କ୍ଲବ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ। ୱାକର୍ସ କ୍ଲବ ମାଧ୍ୟମରେ ଜିଲ୍ଲାରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାକ୍ରମରେ ଆଗଧାଡିରେ ରହି କାର୍ଯ୍ୟକ୍ରମ କରି ଆସୁଛନ୍ତି । ଏ‌ହି ପରି ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟ ପ୍ରତ୍ୟେକ ବର୍ଷ ବିଭିନ୍ନ ପ୍ରକାରର ଖେଳ କୁଦ ପ୍ରତିଯୋଗିତା କାର୍ଯ୍ୟକ୍ରମ କରି ଆସୁଛନ୍ତି ।e420ca3d 3649 414e 90ae 912b2beaae73 ରାୟଗଡ଼ା ୱାକର୍ସ କ୍ଳବ ଆନୁକୁଲ୍ୟରେ ୨ ଦିନ ବ୍ୟାପୀ କୋବାଡି ଖେଳ ଅନୁଷ୍ଠିତ ହେବ

ରାୟଗଡ଼ା ୱାକର୍ସ କ୍ଳବ ପକ୍ଷରୁ ୱାକର୍ସ ଆନୁକୁଲ୍ୟରେ ସ୍ଥାନୀୟ କପିଳାସ ହଟେଲ ରୋଡ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସ୍କୁଲ ପୁରୁଣା ଖେଳ ପଡିଆ ଠାରେ ଆସନ୍ତା ଡ଼ିସେମ୍ବର ମାସ ୨ ତାରିଖ ଏବଂ ୩ ତାରିଖ ୨ ଦିନ ବ୍ୟାପୀ କୋବାଡି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି କୋବାଡି ଖେଳରେ ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ୨୨ ଟିମ୍ କୁ ନେଇ ଅନୁଷ୍ଠିତ ହେବ ବୋଲି ୱାକର୍ସ କ୍ଳବ ର ପ୍ରତିନିଧି ମାନ ସୂଚନା ଦେଇଛନ୍ତି। ଉକ୍ତ କୋବାଡି ଖେଳ ପ୍ରତିଯୋଗିତା ରେ ସହରର ସମସ୍ତ ଖେଳ ପ୍ରେମି ଏବଂ ଜନସାଧାରଣ ଯୋଗ ଦେଇ ଉପଭୋଗ କରିବା ପାଇଁ ୱାକର୍ସ କ୍ଲବ ପ୍ରତିନିଧି ମାନେ ଅନୁରୋଧ କରିଛନ୍ତି।