Thursday, March 28, 2024

Top 5 This Week

Related Posts

ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ : ମିଳିବନି ଜାମିନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଡେରାଡୁନ, (୦୧/୧୨) : ବେଆଇନ ଧର୍ମାନ୍ତରଣ ରୋକିବା ପାଇଁ ଉତ୍ତରାଖଣ୍ଡ ସରକାର ଗୋଟିଏ କଡ଼ା ବିଲ୍‌ ପାରିତ କରିଛନ୍ତି । ବିଧାନସଭାରେ ଏହି ବିଲ୍‌ ପାରିତ ହୋଇଥିବା ବେଳେ ରାଜ୍ୟପାଳଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେବ ।

ଧର୍ମାନ୍ତରଣ କୁ ଏଣିକି ଗୋଟିଏ ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ । ସେହିପରି ଦୋଷୀଙ୍କୁ ୩ ରୁ ୧୦ ବର୍ଷ ଯାଏଁ ଜେଲ ଦଣ୍ଡ ମିଳିବ । ଅଭିଯୋଗ ନ ହୋଇଥିଲେ ମଧ୍ୟ ପ୍ରଶାସନ ଓ ପୁଲିସ୍‌ ନିଜ ଆଡ଼ୁ ଘଟଣାର ତଦନ୍ତ କରିପାରିବେ ବୋଲି ବିଲ୍‌ରେ ବ୍ୟବସ୍ଥା କରାଯାଇଛି । ଉତ୍ତରାଖଣ୍ଡ ଫ୍ରିଡମ ଅଫ ରିଲିଜନ(ସଂଶୋଧନ) ଆଇନ ୨୦୨୨ରେ ଗିରଫଦାରୀ ଓ ଜେଲ ବ୍ୟତୀତ ବେଆଇନ ଧର୍ମାନ୍ତରଣ କରୁଥିବା ଦୋଷୀଙ୍କୁ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ମଧ୍ୟ ଲାଗୁ କରାଯାଇ ପାରିବ। ଏଥିସହ ଦୋଷୀକୁ ଧର୍ମାନ୍ତରଣଶିକାର ହୋଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା ଯାଏ କ୍ଷତିପୂରଣ ଦେବାର ପ୍ରାବଧାନ ବିଲ୍‌ରେ ରହିଛି ।

ପୂର୍ବରୁ ରାଜ୍ୟରେ ପ୍ରଚଳିତ ଧର୍ମାନ୍ତରଣ ବିରୋଧ ଆଇନରେ ଦୋଷୀଙ୍କୁ ଗୋଟିଏ ବର୍ଷରୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡର ବ୍ୟବସ୍ଥା ରହିଥିଲା । ଏବେ ପ୍ରଚଳିତ ହେବାକୁ ଥିବା ଆଇନରେ କୁହାଯାଇଛି ଯେ କେହି ବି ଅନ୍ୟ ଧର୍ମର ଲୋକଙ୍କୁ ଧର୍ମାନ୍ତରଣପାଇଁ ସିଧାସଳଖ କିମ୍ବା ପରୋକ୍ଷରେ ପ୍ରବର୍ତ୍ତାଇ ପାରିବେ ନାହିଁ । ଧର୍ମାନ୍ତରଣପାଇଁ କାହାକୁ ବି ଭୁଲ ତଥ୍ୟ, ଟଙ୍କା, ବଳ ଓ ଅନ୍ୟ କୌଣସି ପ୍ରକାରର ପ୍ରଲୋଭନ ଦେଖାଇପାରିବେ ନାହିଁ। ଯଦି କେହି ଏପରି କାମ କରନ୍ତି, ତା’ହେଲେ ସେମାନଙ୍କୁ ଜେଲଦଣ୍ଡ ସହ ଜୋରିମାନା ଭରିବାକୁ ହେବ ବୋଲି ଏଥିରେ କୁହାଯାଇଛି ।

Popular Articles