Friday, March 29, 2024

Top 5 This Week

Related Posts

ରାଜଧାନୀ ରେ ଚାଲିଥିଲା ବାଲ୍ୟ ବିବାହ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୧/୧୨) : ରାଜଧାନୀ ଭୁବନେଶ୍ୱରରେ ଚାଲିଥିଲା ବାଲ୍ୟ ବିବାହ। ହେଲେ ବାହାଘର ସରିବା ପୂର୍ବରୁ ଅଟକାଇଦେଲା ପ୍ରଶାସନ । ଆଜି ଚନ୍ଦକା ଅଞ୍ଚଳରେ ଘଟିଛି ଏହି ଘଟଣା ।

ରାଜଧାନୀ ରେ ବାଲ୍ୟ ବିବାହ ଚାଲିଥିବା ବେଳେ ଖବର ପାଇ ଚନ୍ଦକା ପୁଲିସ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ମିଳିତ ଚଢ଼ାଉ କରିଥିଲା । ଚାଇଲ୍ଡ ଲାଇନ୍ ଟିମ୍ ବାହାଘର ଅଟକାଇଥିଲା । ତଦନ୍ତରେ ଜଣାପଡ଼ିଥିଲା ଏହି ନାବାଳିକା ଜଣକ ହାଇସ୍କୁଲରେ ପଢୁଛନ୍ତି । ତାଙ୍କ ବୟସ ୧୬ । ତାଙ୍କୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କ ସହ ବିବାହ କରାଇ ଦିଆଯାଉଥିଲା । ବିବାହ ଅଟକାଇବା ସହ ନାବାଳିକାକୁ ଉଦ୍ଧାର କରିଛନ୍ତି ଚାଇଲ୍ଡ ଲାଇନ୍ ସଦସ୍ୟ ।

ପରେ ତାଙ୍କୁ ସିଡବ୍ଲୁସିରେ ହାଜର କରାଯାଇଥିଲା । ସେଠାରେ କାଉନସିଲିଂ ପରେ ତାଙ୍କୁ ଭିଜେଏସ୍‌ଏସ୍ ଓପନ ସେଲଟରରେ ରଖାଯାଇଛି । ଏଥିସହ ନାବାଳିକାଙ୍କ ବିବାହ କରାଉଥିବା ପରିବାର ଲୋକଙ୍କୁ ତାଗିଦ୍ କରାଯାଇଛି । ଏହା ଆଇନ ଅନୁଯାୟୀ ଦଣ୍ଡନୀୟ ବୋଲି ଚେତାଇ ଦେଇଥିଲେ । ଏଭଳି ଅପରାଧ ପାଇଁ ଜେଲ ଓ ଜରିମାନ ଦଣ୍ଡବିଧାନ ରହିଛି ।

Popular Articles