Thursday, March 28, 2024

Top 5 This Week

Related Posts

ଗୁଣପୁର ଉପଖଣ୍ଡରେ ଯୋଗଦେଲେ ନୂତନ ଉପ ଜିଲ୍ଲାପାଳ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ।
ଗୁଣପୁର, (୨/୧୨) : ଗୁଣପୁର ଉପଖଣ୍ଡରେ ଶ୍ରୀଯୁକ୍ତ ଲଳିତ କୁମାର କହଁର ନୂତନ ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିଛନ୍ତି ।

ଗୁଣପୁର ଉପଖଣ୍ଡରେ ଯୋଗଦେଲେ ନୂତନ ଉପ ଜିଲ୍ଲାପାଳ । ପୂର୍ବତନ ଉପ ଜିଲ୍ଲାପାଳ ତଥା ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ଲୋକନାଥ ଦଲବେହେରାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ସେ ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉ ଥିଲେ । ଉପ ଜିଲ୍ଲାପାଳ ଭାବେ ଯୋଗଦାନ କରିବା ପରେ ଆଜି ସମସ୍ତ କର୍ମଚାରୀଙ୍କୁ ଭେଟିଥିଲେ । ଗୁଣପୁର ଉପ ଜିଲ୍ଲାପାଳ ଭାବେ ଗୁଣପୁର ଉପଖଣ୍ଡର ଉନ୍ନୟନ କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ ବୋଲି ନିଜ ବ୍ୟକ୍ତବରେ ପ୍ରକାଶ କରିଥିଲେ ।

ପୂର୍ବରୁ ଗୁଣୁପୁର ବିଡ଼ିଓ ଭାବେ ସୂଚାରୁ ରୁପେ କାର୍ଯ୍ୟ ତୁଲାଇଥିଲେ । ତେଣୁ ଉର୍ଣ୍ଣୟନ କାର୍ଯ୍ୟରେ ବାଧା ସୃଷ୍ଟି ହେବନି ବୋଲି କହିଛନ୍ତି । କିନ୍ତୁ ବର୍ତ୍ତମାନ ଗୁଣୁପୁରରେ ବିଜେଡି ଓ ସ୍ୱାଧୀନ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ଧାରଣ କରିଥିବା ବେଳେ, ଅଞ୍ଚଳରେ ବିକାଶ କାର୍ଯ୍ୟ ଠପ ହୋଇଯାଇଛି । ଏପରି ସ୍ଥଳେ ଏହି ନୂତନ ପ୍ରଶାସନିକ ଅଧିକାରୀ କ’ଣ ନିଷ୍ପତି ନେଉଛନ୍ତି ଦେଖିବାକୁ ବାକି ରହିଲା ।

Popular Articles