ବାଉଁଶରୁ ପ୍ରସ୍ତୁତ ରାକ୍ଷୀ ଦୋକାନ ରାୟଗଡା ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‍ଘାଟିତ

0
265

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,ତା.(୧୬/୦୮) : ରାୟଗଡା ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ବାଉଁଶରୁ ପ୍ରସ୍ତୁତ ରାକ୍ଷୀ ଦୋକାନକୁ ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉଦ୍‍ଘାଟନ କରିଛନ୍ତି ।66bad7a3 ca78 492f b45c fe84f0c7b0e0 ବାଉଁଶରୁ ପ୍ରସ୍ତୁତ ରାକ୍ଷୀ ଦୋକାନ ରାୟଗଡା ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍‍ଘାଟିତ

ଜୈବ ଅପଚୟ ମାଳା ଓ ପରିବେଶ ସହିତ ଖାପ ଖୁଆଇବା ଭଳିଆ ଏହି ବାଉଁଶରୁ ପ୍ରସ୍ତୁତ ରାକ୍ଷୀ ଦୋକାନକୁ ସ୍ଥାନୀୟ ବଡ ଚାନ୍ଦିଲିର ମାଁ ସନ୍ତୋଷୀ ଗହଣ ଉତ୍ପାଦନ ଗୃପ ଖୋଲିଛନ୍ତି । ସ୍ଥାନୀୟ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ରାୟଗଡ଼ ଦ୍ୱାରା ପରିଚାଳିତ ଜନଜାତି,ସେବା ଜଗତ ପାର୍ଶରେ, ରିଲାଏନ୍‍ସ ମାର୍କେଟ ଏବଂ ଜେ.କେ ପୁରରେ ତିନୋଟି ଦୋକାନ ଆଜି ଠାରୁ ଖୋଲାଯାଇ ଆସନ୍ତା ତା. ୨୨.୦୮.୨୦୨୧ ପର୍ଯ୍ୟନ୍ତ ରାକ୍ଷୀ ବିକ୍ରୟ କରାଯିବ ।

ବାଉଁଶ ଦ୍ୱାରା ପ୍ରସ୍ତୁତ ଆକର୍ଷଣ ରାକ୍ଷୀ ଜିଲ୍ଲା ପ୍ରଶାସନ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ପର୍ଷ’ ମିଳିତ ସହାୟତାରେ ଏହି ଗହଣା ଉତ୍ପାଦନ ସଂସ୍ଥାକୁ ତାଲିମ ଏବଂ ବିପଣନ ବ୍ୟବସ୍ଥା କରିଥିଲେ । ୩୩ ଜଣ ମହିଳା ଏହା ଦ୍ୱାରା ଉପକୃତ ହେବେ । ଏହି ଉଦ୍‍ଘାଟନି ଉତ୍ସବରେ ଜିଲ୍ଲାପାଳ ରାୟଗଡ ଶ୍ରୀ ମିଶ୍ରଙ୍କ ସହିତ ପି.ଡି. ଡି.ଆର୍‍.ଡି.ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ନାଏକ, ପି.ଏ. ଆଇ.ଟି.ଡି.ଏ ଟୁକୁ ବାରିକ, ଜେନେରାଲ ମ୍ୟାନେଜର ¸ସ୍ପର୍ଶ ଫାଉଣ୍ଡସେନ ଏବଂ ଡି.ପି. ଓର୍‍ମାସ ଶ୍ରୀ ମନୋଜ ପାତ୍ରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।