ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ, ଆଗରେ ଚାଲିଛି ବିଜେଡି

0
131
ଦ୍ୱିତୀୟ ରାଉଣ୍ଡ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୮/୧୨) : ପଦ୍ମପୁର ଉପନିର୍ବାଚନରେ ଆଜି ଭୋଟ୍‌ ଗଣତି ଚାଲିଛି । ମୋଟ ୨୩ ରାଉଣ୍ଡ ଗଣତି ହେବାକୁ ଥିବା ବେଳେ ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ହୋଇଛି ।

ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ମଧ୍ୟ ବିଜେଡି ଆଗରେ ରହିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତଙ୍କଠାରୁ ୩୬୧୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି । ଦ୍ୱିତୀୟରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୧୦୫୯୮, ବିଜେପିକୁ ୬୯୭୯ ଓ କଂଗ୍ରେସକୁ ୩୬୬ ଭୋଟ୍ ମିଳିଛି ।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିକୁ ୫୫୦୧ ଖଣ୍ଡ ଭୋଟ୍ ମିଳିଥିଲା । ବିଜେପିକୁ ୩୭୮୯ ଓ କଂଗ୍ରେସକୁ ୨୦୬ ଖଣ୍ଡ ଭୋଟ୍ ମିଳିଥିଲା । ପଦ୍ମପୁର ଉପନିର୍ବାଚନ ପାଇଁ ୫ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ରେକର୍ଡ ୮୧.୨୯ ପ୍ରତିଶତ ମତଦାନ ହୋଇଥିଲା । ବିଜେଡିରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି ।