ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ : ଚାଲିଗଲା ୫ ଜୀବନ

0
128
ଗ୍ୟାସ୍‌ ସିଲିଣ୍ଡର୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ରାଜସ୍ଥାନ/ଯୋଧପୁର, (୦୯/୧୨) : ଫିକା ପଡ଼ିଲା ବିବାହ ଉତ୍ସବ । ହସଖୁସିର ମାହୋଲରେ ଲାଗି ଗଲା ନିଆଁ । ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଚାଲିଗଲା ୫ ଜୀବନ ।

ଗୁରୁବାର ଅପରାହ୍ନରେ ରାଜସ୍ଥାନ ର ଯୋଧପୁରରେ ଏମିତି ଏକ ଅଭାବନୀୟ ଘଟାଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ପିଲାଙ୍କ ସମେତ ୬୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଯୋଧପୁରଠାରୁ ପ୍ରାୟ ୬୦ କିଲୋମିଟର୍‌ ଦୂର ଶେରଗଡ଼ର ଭୁଙ୍ଗରା ଗାଁ’ରେ ଘଟିଛି । ମଳିଥିବା ସୂଚନା ଅନୁଯାୟୀ ଗାଁ’ରେ ତଖ୍‌ତ୍‌ ସିଂହଙ୍କ ଘରେ ବିବାହ ଉତ୍ସବ ଆୟୋଜନ କରାଯାଇଥିଲା । ଘରୁ ବର ଶୋଭାଯାତ୍ରା ବାହାରିବା ସମୟରେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିଥିଲା ।

ସେହି ସମୟରେ ଘଟଣାସ୍ଥଳରେ ବହୁସଂଖ୍ୟକ ବରଯାତ୍ରୀ ଉପସ୍ଥିତ ଥିଲେ । ସେମାନଙ୍କ ଖାଦ୍ୟପେୟ ନିମନ୍ତେ ରୋଷେଇବାସ ଚାଲିଥିଲା । ୫ଟି ସିଲିଣ୍ଡର୍‌ ଫାଟିବାରୁ ହୁତୁ ହୁତୁ ହୋଇ ନିଆଁ ଜଳି ଉଠିଥିଲା । ଖାଇ ବସିଥିବା ଅନେକ ଲୋକ ପୋଡ଼ି ଆହତ ହୋଇଥିଲେ । ଉପସ୍ଥିତ ଲୋକେ ବି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ପରେ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇ ଥିଲେ । ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି ଯେ, ୬୦ ଜଣ ଆହତଙ୍କ ମଧ୍ୟରୁ ୪୨ ଜଣଙ୍କୁ ଯୋଧପୁରସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ବାକି ୧୭ ଜଣଙ୍କର ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି ।