ଭଉଣୀ ଘରେ ପହଞ୍ଚି ପାରିଲାନି ଭାଇ, ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜୀବନ

0
114
ଭଉଣୀ ଘରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବିନିକା, (୧୪/୧୨) : ଭଉଣୀ ଘରେ ପହଞ୍ଚି ପାରିଲାନି ଭାଇ, ଆମ୍ବୁଲାନ୍ସ ଧକ୍କାରେ ଚାଲିଗଲା ଜୀବନ । ମୃତ ହେଲେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଭଣ୍ଡାର ପଞ୍ଚାୟତ ଗୁଲୁଣ୍ଡା ଗାଁ’ର ଅରବିନ୍ଦ ସେଠି (୨୬) ।

ଆଜି ସନ୍ଧ୍ୟାରେ ନିଜ ଗାଁ ଭଣ୍ଡାରରୁ ସେ ବଡ଼ ଭଉଣୀ ଘର ଅରିଗାଁ କୁ ଯାଉଥିଲେ । ଭଉଣୀ ଘରେ ପହଞ୍ଚିବାକୁ ଆଉମାତ୍ର କିଛି ହାତ ବାଟ ରହିଥିଲା । ଠିକ୍ ଅରିଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ସୂଚନା ମୁତାବକ, ଗୋଡ଼ଭଙ୍ଗା ପଟରୁ ଦୃତ ଗତିରେ ଆସୁଥିବା ଘରୋଇ ଆମ୍ବୁଲାନ୍ସ ତାଙ୍କୁ ସାମ୍ନାରୁ ଧକ୍କା ଦେଇଥିଲା । ଫଳରେ ସେ ବାଇକରୁ ଛିଟିକି ପଡିଥିଲେ ।

ସ୍ଥାନୀୟ କିଛି ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ଆମ୍ବୁଲାନ୍ସକୁ ସୋନପୁର ପୁଲିସ ଜବତ କରିଛି । ଏଥି ସହିତ ଆମ୍ବୁଲାନ୍ସର ଡ୍ରାଇଭରକୁ ଅଟକ ରଖିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।