Friday, March 29, 2024

Top 5 This Week

Related Posts

ଚା’ ଦୋକାନ ରେ ପ୍ରେମିକାଙ୍କୁ ପିଟିପିଟି ହତ୍ୟା କଲା ପ୍ରେମିକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟପୁର, (୧୪/୧୨) : ଛତିଶଗଡ଼ର ଧାମତ୍ରୀ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ତାଙ୍କ ପ୍ରେମିକ ଚା’ ଦୋକାନ ରେ ପିଟିପିଟି ହତ୍ୟା କରିଛନ୍ତି ।

ଯୁବତୀ ଜଣଙ୍କ ମାଗରଲୋଡ ସହରରେ ଯୁବତୀ ଜଣଙ୍କ ଗୋଟିଏ ଚା’ ଦୋକାନ କରିଥିଲେ । ସେହିଠାରେ ହିଁ ପ୍ରେମିକ ତାଙ୍କୁ ହତ୍ୟା କରିଛନ୍ତି । ଏସପି ପ୍ରଶାନ୍ତ ଠାକୁର କହିଛନ୍ତି, “ସୋମବାର ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ପ୍ରେମିକ ତାଙ୍କ ଗର୍ଲଫ୍ରେଣ୍ଡ ରେଶମୀ ସାହୁଙ୍କ ପାଖରେ ପହଞ୍ଚିଥିଲା । ଏହାପରେ ସେ ଅତର୍କିତ ଭାବେ ଗୋଟିଏ କାଠଫାଳିଆରେ ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ରକ୍ତାକ୍ତ ଅବସ୍ଥାରେ ରେଶମୀ ତଳେ ପଡ଼ିଥିବା ବେଳେ ଗାଁ ଲୋକମାନେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।”

ରେଶମୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଦୀର୍ଘ ୪ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା । ତେବେ ବିଗତ କିଛି ଦିନ ହେଲେ ରେଶମୀ ତାଙ୍କ ପ୍ରେମିକ କୁ ଅଣଦେଖା କରୁଥିଲେ । ସେ ଆଉ କାହାକୁ ଭଲ ପାଉଥିବା ସନ୍ଦେହ କରି ପ୍ରେମିକ ଜଣଙ୍କ ତାଙ୍କ ସହ ବାରମ୍ବର ଝଗଡ଼ା ମଧ୍ୟ କରୁଥିଲେ । ଘଟଣା ଦିନ ମଧ୍ୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ରାଗି ଯାଇ ପ୍ରେମିକ ଜଣଙ୍କ ମାଗରଲୋଡ ନଗର ପଞ୍ଚାୟତ ଅଫିସ ନିକଟରେ ଚା’ ଦୋକାନ କରିଥିବା ରେଶମୀ ସାହୁଙ୍କ ପାଖରେ ପହଞ୍ଚିଥିଲେ । ସେଠାରେ ମଧ୍ୟ ଦୁଇ ଜଣଙ୍କ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ବେଳେ ପ୍ରେମିକ ଗୋଟିଏ କାଠ ଫାଳିଆରେ ରେଶମୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ପ୍ରେମିକଙ୍କ ଘର ଖିସୋରା ଗାଁ’ରେ । ତାଙ୍କୁ ପୁଲିସ ଗିରଫ କରି ଅଧିକ ତଦନ୍ତ କରୁଛି ।

Popular Articles