ଅରିଗାଁ ଚାଉଳ ଗୋଦାମ ରେ ଅଗ୍ନିକାଣ୍ଡ, ଚାଉଳ ବସ୍ତା ପୋଡି ନଷ୍ଟ ହୋଇଯାଇଛି

0
138
ଅଗ୍ନିକାଣ୍ଡ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୪/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଅରିଗାଁ ବିମଳିନୀ ଭାରତୀ ଚାଉଳ ଗୋଦାମ ରେ ଆଜି ଅଚାନକ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଯାଇ କିଛି ବସ୍ତା ଚାଉଳ ନଷ୍ଟ ହୋଇଯାଇଛି ।WhatsApp Image 2022 12 15 at 10.16.19 ଅରିଗାଁ ଚାଉଳ ଗୋଦାମ ରେ ଅଗ୍ନିକାଣ୍ଡ, ଚାଉଳ ବସ୍ତା ପୋଡି ନଷ୍ଟ ହୋଇଯାଇଛି

ଆଜି ସକାଳ ୭ ଟା ସମୟରେ ଗୋଦାମ ରେ ନିଆଁ ଲାଗି ଯାଇଥିବା ରୁ ଗୋଦାମ କର୍ମଚାରୀ ଦେଖି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ନିଆଁ ଆୟତ କରି ନ ପାରିବାରୁ ବିନିକା ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଲିଭାଇଥିଲେ । ଏଥି ଯୋଗୁଁ କିଛି ଚାଉଳ ବସ୍ତା ନଷ୍ଟ ହୋଇଥିବା ଜଣାପଡିଛି ।