ଧରାପଡିଯିବା ଭୟରେ ୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା

0
108
ଧରାପଡିଯିବା

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୮/୧୨) : ଧରାପଡିଯିବା ଭୟରେ ୮୨ କୋକେନ୍ କ୍ୟାପସୁଲ ଗିଳିଦେଲେ ମହିଳା । ସମଗ୍ର ବିଶ୍ୱରେ ବଢ଼ି ଚାଲିଛି ଡ୍ରଗ୍ସ କାରବାର । ଚୋରା ଚାଲାଣକାରୀମାନେ ନିଶା କାରବାର ପାଇଁ ନୂଆ ନୂଆ ଫଣ୍ଡା ଆପଣାଉଛନ୍ତି ।

ଆନ୍ତର୍ଜାତୀୟ ଚୋରା ଚାଲାଣକାରୀମାନେ ବିଭିନ୍ନ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଶା କାରବାର କରୁଛନ୍ତି । ତେବେ ଅନେକ ସମୟରେ ଏହି ନିଶା ଚାଲାଣକାରୀ ଧରାପଡିଯିବା ଭୟରେ ଅଜବଗଜବ କାରନାମା କରିଥାନ୍ତି । ଏପରିକି ଗିରଫ ଭୟରେ ନିଶା ଦ୍ରବକୁ ସବୁକୁ ଗଳିପକାନ୍ତି ମଧ୍ୟ । ନିକଟରେ ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀ ବିମାନବନ୍ଦରରେ । ସୁରକ୍ଷାକର୍ମୀଙ୍କ ହାତରେ ଧରାପଡିଯିବା ଭୟରେ ୮୨ଟି କୋକେନ୍ କ୍ୟାପସୁଲ ଗିଳି ଦେଲେ ମହିଳା

ଗିନିର ଜଣେ ମହିଳା ନାଗରିକଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଛି । ଅସ୍ତ୍ରୋପଚାର କରିବା ପରେ ତାଙ୍କ ପେଟ ଭିତରୁ ପୁଳା ପୁଳା କୋକେନ କ୍ୟାପସୁଲ ଜବତ କରିଛି ପୁଲିସ । ଜଣେ ସୀମା ଶୁଳ୍କ ଅଧିକାରୀ କହିଛନ୍ତି, ଗିନିର ଜଣେ ନାଗରିକଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ କୋକେନ୍ ଥିବା ୮୨ ଟି କ୍ୟାପସୁଲ୍ ଜବତ ହୋଇଛି, ଯାହାକୁ ସେ ଗିଳି ଦେଇଥିଲେ । ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଧରାପଡିଥିବା ଏହି ମହିଳା ଜଣକ ପେଟରୁ କୋକେନ୍ କ୍ୟାପସୁଲ୍ ବାହାର କରିବା ପାଇଁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା । ଜବତ କୋକେନର ମୂଲ୍ୟ ୧୫.୩୬ କୋଟି ଟଙ୍କା ହେବ । ଯାହାର ମୂଲ୍ୟ ୧୫.୩୬ କୋଟି ଟଙ୍କା ।

ଅଧିକାରୀଙ୍କ କହିବା ମୁତାବକ ସମ୍ପୃକ୍ତ ମହିଳା ଜଣକ ଡିସେମ୍ବର ୭ ତାରିଖରେ ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରର ଟର୍ମିନାଲ-୩ରେ ପହଞ୍ଚିଥିଲେ। ମହିଳା ଜଣକ ଗ୍ରୀନ୍ ଚ୍ୟାନେଲ ପାର୍ କରିବା ପରେ ଟର୍ମିନାଲ-୩ ହଲ୍‌ର ପ୍ରସ୍ଥାନ ଗେଟ୍ ଆଡକୁ ଯାଇଥିଲେ । ଏହି ସମୟରେ କଷ୍ଟମ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା ପରେ ମହିଳା ଜଣକ କୋକେନ କ୍ୟାପସୁଲ ଗିଳି ଦେଇଥିବା କହିଥିଲେ ।