ଜାମପାଲି ଜଳନ୍ଧର ଯାତ୍ରା ପାଇଁ ଜଳନ୍ଧର ଭୂମିକାରେ ଅଭିନୟ କରିବାକୁ ଭୁବନ ପଧାନଙ୍କୁ ବରଣ

0
133
ଜାମପାଲି ଜଳନ୍ଧର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୯/୧୨) : ବିନିକା ବ୍ଳକ ସିଂଘିଯୁବା ପଞ୍ଚାୟତ ଅନ୍ତର୍ଗତ ଘାଟି ଜାମପାଲି ଯାତ୍ରା ପଡିଆରେ ଡିସେମ୍ବର ୨୦ ତାରିଖ ଠାରୁ ସ୍ଥାନୀୟ ଜୟ ଜଗନ୍ନାଥ ଯାତ୍ରା କମିଟି ପକ୍ଷରୁ ବିରାଟ ଜାମପାଲି ଜଳନ୍ଧର ରାଜ ଯାତ୍ରା ମହୋତ୍ସବ ଆୟୋଜନ ହେବ ।WhatsApp Image 2022 12 19 at 22.53.29 1 ଜାମପାଲି ଜଳନ୍ଧର ଯାତ୍ରା ପାଇଁ ଜଳନ୍ଧର ଭୂମିକାରେ ଅଭିନୟ କରିବାକୁ ଭୁବନ ପଧାନଙ୍କୁ ବରଣ

ଗତକାଲି ଯାତ୍ରା କମିଟି ପକ୍ଷରୁ ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ରେ କଂସ ଭୂମିକାରେ ଅଭିନୟ କରିଥିବା ବିଶିଷ୍ଟ କଳାକାର ଭୁବନ ପଧାନଙ୍କୁ ତାଙ୍କ ବାସଭବନରେ ଜାମପାଲି ଜଳନ୍ଧର ଯାତ୍ରା ପାଇଁ ମହାରାଜା ଜଳନ୍ଧର ଭୂମିକା ପାଇଁ ବରଣ କରିଛନ୍ତି । ଯାତ୍ରା କମିଟି ସଭାପତି ଶୁକଦେବ ଦେହେରୀ ଙ୍କ ନେତୃତ୍ୱରେ ଦୁତୀଆ ଗଡୁଆ, ଦିନବନ୍ଧୁ ପଧାନ, ଟିଟୁ ପଲିତା, ଶ୍ରୀବତ୍ସ ପଧାନ, ସତ୍ୟନାରାୟଣ ପଧାନ, ନିତ୍ୟାନନ୍ଦ ପୋଢ, ରାଜିନ୍ଦ୍ର ଗଡୁଆ, ଲାଲୁ ମେଲ୍ଲୀ, ଗୋପାଳ ବାଗ, ସତ୍ୟବାନ ପଧାନ ଓ ବିରଞ୍ଚି ପଧାନ ପ୍ରମୁଖ ବରଗଡ଼ ଜିଲ୍ଲା ସର୍ଲା ଜାମପାଲି ସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ବରଣ କରିଥିଲେ । ଏହି ଯାତ୍ରା ଡିସେମ୍ବର ୨୦ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ଆୟୋଜିତ ହେବା ସହ ମିନାବଜାର ଓ ଆଲବମ୍ କଳାକାର ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା କମିଟି ପକ୍ଷରୁ ସୂଚନା ମିଳିଛି ।