Thursday, March 28, 2024

Top 5 This Week

Related Posts

ରିଭଲକଣା ଗାଁ ର ଗୁହାରି ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ,ଗ୍ରାମବାସୀ କଲେ କେନାଲର ରକ୍ଷଣ ବେକ୍ଷଣ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର,ତା(୧୬/୮) : ରାୟଗଡା ଜିଲ୍ଲା କଲନରା ବ୍ଲକ ଅନ୍ତର୍ଗତ ଗାଡି ଶେଷ ଖାଲ ପଞ୍ଚାୟତ ର ରିଭଲକଣା ଗାଁ ର ଗୁହାରୀ କରି କରି ଶୁଣିଲାନି କ୍ଷୁଦ୍ର ଜଳ ସେଚନ ବିଭାଗ । ଟିକିଏ ପାଣି ପାଇବା ଆଶାରେ ଶେଷରେ ନିଜେ ଶ୍ରମଦାନ କରି କଲେ ଚେକଡ୍ୟାମର କେନାଲ ରକ୍ଷଣା ବେକ୍ଷଣ ।71995bd8 0a5f 4a5d 8f57 c84466d8c7a2 ରିଭଲକଣା ଗାଁ ର ଗୁହାରି ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ,ଗ୍ରାମବାସୀ କଲେ କେନାଲର ରକ୍ଷଣ ବେକ୍ଷଣ

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଲନରା ବ୍ଲକ ଗାଡି ଶେଷଖାଲ ପଞ୍ଚାୟତ ଅଧିନ ରିଭଲକଣା ଗାଁ ର । ଦୁଇଦିନ ହେବ ବର୍ଷା ହେବା ଯୋଗୁଁ ଚାଷ କାମ ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳର ଚାଷୀ । ହେଲେ ଉଚିତ ପାରିମାରଣରେ ଚାଷ ଜମିକୁ ପାଣି ନ ମାଡିବା ଫଳରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଅନେକ ଚାଷୀ ।ରିଭଲକଣା ଗ୍ରାମରେ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି ଏକ ଚେକଡ୍ୟାମ । ନିର୍ମାଣ ପରଠାରୁ ଆଜି ପର୍ଯ୍ୟନ୍ତ ଏହି ଚେକଡ୍ୟାମ ର କେନାଲ ଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଗଲାଣି ।

ଫଳରେ ଚାଷ ଜମିକୁ ପାଣି ନ ମାଡି ଅନ୍ୟତ୍ର ଚାଲିଯାଉଥିବା ଅଭିଯୋଗ କରିଛନ୍ତି ଚାଷି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ବିଭାଗ ପକ୍ଷରୁ ଅନୁଦାନ ଆସୁଛି । ହେଲେ ଖର୍ଚ୍ଚ ନ ହୋଇ ଛାଡି ଦେବା ଫଳରେ ଅଞ୍ଚଳର ଚାଷୀମାନଙ୍କ କ୍ଷେତକୁ ପାଣି ମାଡୁନାହିଁ । ଏ ସଂକ୍ରାନ୍ତରେ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରୁଥିଲେ ମଧ୍ୟ ଅନେକ ବର୍ଷ ହେଲା ଫଳପ୍ରଦ ହେଉନଥିବା ଜଣାପଡ଼ିଛି । ଫଳରେ ୩୫ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ପ୍ରତେକ ବର୍ଷ ପଡିଆ ହୋଇ ପଡିଛି ।ସେହିଭଳି ବିଭାଗ ପକ୍ଷରୁ ଅନେକ ବର୍ଷ ହେବ ପାଣି ପଞ୍ଚାୟତ ମଧ୍ୟ ଗଠନ କରାଯାଇନାହିଁ ।9b48c273 35f3 41fa af0b 8da51104dbdd ରିଭଲକଣା ଗାଁ ର ଗୁହାରି ଶୁଣିଲାନି କ୍ଷୁଦ୍ର ଜଳସେଚନ ବିଭାଗ,ଗ୍ରାମବାସୀ କଲେ କେନାଲର ରକ୍ଷଣ ବେକ୍ଷଣ

ଏଭଳି ପୁଳା ପୁଳା ଅଭିଯୋଗ ନେଇ ବିଭାଗୀୟ କାର୍ଯ୍ୟଲୟକୁ ଯାଇ ଚାଷୀ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଫଳରେ ଆଜି ନିଜେ ଶ୍ରମଦାନ କରି ଚେକ ଡ୍ୟାମ ର କେନାଲ ମରାମତି କରି ନିଜ ଚାଷଜମିକୁ ପାଣିନେଇଛନ୍ତି ରିଭଲକଣା ଗ୍ରାମର କୃଷ୍ଣ କଣ୍ଡାଗରୀ,ଭାସ୍କର କଣ୍ଡାଗରୀ,ନବୀନ କଣ୍ଡାଗରୀ, ଶିରିପତି କଣ୍ଡାଗରୀ,ମାଲାନା ସାରାକା,ଜାଗାରାଓ କଣ୍ଡାଗରୀ ଓ ଜାଗିଲି ହୁଈକା ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles