ଦେବ ଦେବ ମହାଦେବ ଭଜନର ଶୁଭ ଉନ୍ମୋଚନ : ଭଜନ ମାଧ୍ୟମରେ ବିଭିନ୍ନ ଶୈବ ପୀଠ ପ୍ରତିଫଳିତ

0
206

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୭/୦୮) : ଆଜି ସଂଧ୍ୟା ରେ ନିତା ନୃତ୍ୟାଙ୍ଗନାର ‘ଦେବ ଦେବ ମହାଦେବ” ଭଜନଟି ଶୁଭ ଉନ୍ମୋଚନ ହୋଇଯାଇଛି ।dkl2 1 ଦେବ ଦେବ ମହାଦେବ ଭଜନର ଶୁଭ ଉନ୍ମୋଚନ : ଭଜନ ମାଧ୍ୟମରେ ବିଭିନ୍ନ ଶୈବ ପୀଠ ପ୍ରତିଫଳିତ

ଆଜିର ଏହି ଉନ୍ମୋଚନ ଉସ୍ଛବରେ ମୁଖ୍ୟ ଅତିଥି ରୁପେ ଶତ୍ରୁଘ୍ନ ମାଟି, ନିତା ନୃତ୍ୟଙ୍ଗନାର ସମ୍ପାଦକ ଆଶିଷ କୁମାର ପାଲ,ସଭାପତି ବିଶ୍ୱଜିତ ସାହୁଙ୍କ ସମେତ ଏହି ଭଜନରେ ନିଜନିଜର କଳା ପ୍ରଦର୍ଶନ କରିଥିବା କୁନି କୁନି କଳାକାର ମାନେ ଉପସ୍ଥିତ ଥିଲେ । ଏହି ଦେବ ଦେବ ମହାଦେବ ଭଜନଟିରେ ସଙ୍ଗୀତ ଏବଂ କଣ୍ଠ ଦାନ କରିଛନ୍ତି ବିଶ୍ୱଜିତ ଆଚାର୍ଯ୍ୟ, ସମ୍ପାଦନା ଏବଂ କ୍ୟାମେରା ରେ ସହଯୋଗ କରିଛନ୍ତି ପ୍ରଜ୍ଞା ପ୍ରିୟଦର୍ଶନ । ଢେଙ୍କାନାଳରେ ବିଭିନ୍ନ ଶୈବ ପୀଠଗୁଡିକୁ ଏହି ଭଜନ ମାଧ୍ୟମରେ ପ୍ରତିଫଳିତ କରାଯାଇଛି ।

ଏହା ଶ୍ରାବଣ ମାସରେ ଶୈବ ଭକ୍ତ ମାନଙ୍କର ଭଗବାନଙ୍କ ପ୍ରତି ଭକ୍ତିକୁ ପ୍ରତିପାଦିତ କରୁଅଛି । ଦର୍ଶକ ମାନଙ୍କର ଏହି ଭଜନଟି ହୃଦୟସ୍ପର୍ଶୀ ହେବବୋଲି ଆଶା ବ୍ୟକ୍ତ କରାଯାଇଛି ।