ଯୁବକ ଙ୍କୁ ପିଟିପିଟି ହତ୍ୟା ଅଭିଯୋଗ : ଥାନା ରେ ମାମଲା

0
113
ଯୁବକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୬/୧୨) : ବିନିକା ଏନଏସି ଅନ୍ତର୍ଗତ ଗୁଲାପଡା ର ଜଣେ ଯୁବକ ଙ୍କୁ ପିଟିପିଟି ହତ୍ୟା କରିଥିବା ବିନିକା ଥାନାରେ ଅଭିଯୋଗ ହୋଇଛି ।WhatsApp Image 2022 12 27 at 10.33.37 1 ଯୁବକ ଙ୍କୁ ପିଟିପିଟି ହତ୍ୟା ଅଭିଯୋଗ : ଥାନା ରେ ମାମଲା

ମୃତକ ଯୁବକ ହେଳେ ଗୁଲାପଡା ର ପ୍ରକାଶ ସେବକ (୪୨) । ପୁଲିସ ସୂଚନା ଅନୁସାରେ ଗତକାଲି ସକାଳ ୭ ଟା ସମୟରେ ଗୁଲାପଡା ର ପାଣ୍ଡୁ ବେହେରା ପ୍ରକାଶ ର ଘରକୁ ଆସି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ପ୍ରକାଶ କୁ ମାରିଦେମି ବୋଲି ଧମକ ଦେଇଥିଲେ । ପ୍ରକାଶ ନଦୀ କୁ ଗାଧୋଇ ଯାଇଥିବା ସମୟରେ ତାଙ୍କୁ ଏକୁଟିଆ ଦେଖି ପାଣ୍ଡୁ ତାଙ୍କୁ ଇଟା ପଥର ମାରି ମାଡ଼ ମାରିଥିଲେ । ପ୍ରକାଶଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେ ଅଚେତ ହୋଇପଡିଥିଲେ ।

ତାଙ୍କୁ ତୁରନ୍ତ ବିନିକା ଡାକ୍ତରଖାନା କୁ ଅଣାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସେଠାରୁ ପ୍ରାଥମିକ ଚିକିତ୍ସା କରି ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା । ହେଳେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ଏ ନେଇ ମୃତ ପ୍ରକାଶ ଙ୍କ ମା ସନ୍ଧ୍ୟାରାଣୀ ସେବକ ବିନିକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ପାଣ୍ଡୁ ବେହେରା କୁ ଆଣି ବିନିକା ଥାନାରେ ଅଟକ ରଖିଥିବା ଥାନା ଏସଆଇ ରବିନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।