ଝିଅର ଅଶ୍ଳୀଳ ଭିଡିଓ ଭାଇରାଲକୁ ବିରୋଧ କରିବାରୁ ଯବାନଙ୍କୁ ପିଟିପିଟି ହତ୍ୟା

0
439
ଝିଅର ଅଶ୍ଳୀଳ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗାନ୍ଧିନଗର, (୨୭/୧୨) : ଜଣେ ବିଏସଏଫ ଯବାନଙ୍କୁ ଗୁଜରାଟର ନାଦିଆଦ ଠାରେ ପିଟିପିଟି ହତ୍ୟା କରାଯାଇଛି । ଏହି ଯବାନ ଜଣଙ୍କ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ତାଙ୍କ ଝିଅର ଅଶ୍ଳୀଳ ଭିଡିଓକୁ ବିରୋଧ କରିଥିଲେ ।

ଏହାକୁ ଭାଇରାଲ କରିଥିବା ପିଲାର ପରିବାର ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ପୁଲିସ୍‌ ଏହି ଘଟଣାରେ ଗୋଟିଏ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଦିନ ଯବାନ ମେଲଜିଭାଇ ବାଘେଲା ତାଙ୍କ ଝିଅର ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଚାକଲସି ଗାଁ’ରେ ରହୁଥିବା ୧୫ ବର୍ଷୀୟ ପିଲାର ଘରେ ପହଞ୍ଚିଥିଲେ । ସେ ପିଲାର ପରିବାର ଲୋକଙ୍କ ସହ ଏ ବିଷୟରେ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ବାଘେଲାଙ୍କ ପତ୍ନୀ, ଦୁଇ ପୁଅ ଓ ପୁତୁରା ମଧ୍ୟ ଉପସ୍ଥିତ ଥିଲେ ।

ପିଲାଟିର ପରିବାର ଲୋକ ସମସ୍ତଙ୍କୁ ଗାଳି ଗୁଲଜ କରିବା ସହ ଏଠାରୁ ଚାଲି ଯିବାକୁ କହିଥିଲେ । କିନ୍ତୁ ବାଘେଲାଙ୍କ ପରିବାର ଏହାକୁ ବିରୋଧ କରିଥିଲେ । ଶେଷରେ ପିଲାଟିର ପରିବାର ଓ ଆଉ କିଛି ସ୍ଥାନୀୟ ଲୋକ ମିଳିତ ଭାବେ ବାଘେଲାଙ୍କୁ ଆକ୍ରମଣ କରିଥିଲେ । ତାଙ୍କ ପରିବାର ଲୋକ ମଧ୍ୟ ଆକ୍ରମଣରୁ ରକ୍ଷା ପାଇ ନଥିଲେ । ଆକ୍ରମଣ ଯୋଗୁଁ ଘଟଣା ସ୍ଥଳରେ ବାଘେଲା ପ୍ରାଣ ହରାଇଥିଲେ । ତାଙ୍କ ପୁଅ ନବଦୀପ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଭିଡିଓ ଭାଇରାଲ କରିଥିବା ପିଲା ଓ ବାଘେଲାଙ୍କ ଝିଅ ଗୋଟିଏ ସ୍କୁଲରେ ପଢ଼ନ୍ତି । ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଥିଲା । ଏହାର ଫାଇଦା ଉଠାଇ ୧୫ ବର୍ଷୀୟ ପିଲାଟି ଯବାନଙ୍କ ଝିଅର ଆପତ୍ତିଜନକ ଭିଡିଓ ଶୁଟିଂ କରିଥିଲା । ଏହାପରେ ଏହାକୁ ସୋଶାଲ ମିଡିଆରେ ଭାଇରାଲ କରି ଦେଇଥିଲା । ଏ ସମ୍ପର୍କରେ କଥା ହେବାକୁ ବାଘେଲା ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ କହିଛି । ଯବାନଙ୍କ ପରିବାର ଲୋକ ଦେଇଥିବା ଏଫଆଇଆରକୁ ଆଧାର କରି ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଛି । ଅନ୍ୟପକ୍ଷରେ ଆଜି ବିଏସ୍‌ଏଫ ପକ୍ଷରୁ ଯବାନ ବାଘେଲାଙ୍କ ଅନ୍ତିମ ସଂସ୍କାର ତାଙ୍କ ଗାଁ’ରେ କରାଯାଇଛି । ଏହି ସମୟରେ ବେଶ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି ।