Thursday, October 21, 2021
HomeBreaking Newsବଳଦିଆବନ୍ଧ ପେଟ୍ରୋଲ ପମ୍ପ ରୁ ଲୁଟ : କର୍ମଚାରୀଙ୍କ ଠୁ ଛଅ ଲକ୍ଷ ୫୦ ହଜାର...

ବଳଦିଆବନ୍ଧ ପେଟ୍ରୋଲ ପମ୍ପ ରୁ ଲୁଟ : କର୍ମଚାରୀଙ୍କ ଠୁ ଛଅ ଲକ୍ଷ ୫୦ ହଜାର ଟଙ୍କା ଲୁଟ

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୭/୦୮) : ଆଜି ଅପରାହ୍ନରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ନିକଟରେ କିଛି ଦୁର୍ବୁତ୍ତ ଗୁଳିକାଣ୍ଡ କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠୁ ଛଅ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରିନେଇଛନ୍ତି । ଏହି ଗୁଳିକାଣ୍ଡରେ ପେଟ୍ରୋଲ ପମ୍ପ କର୍ମଚାରୀ ମାନବେନ୍ଦ୍ର ଦାଶ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସଛିତ ହେଉଛନ୍ତି ।

ଆଜି ଅପରାହ୍ନରେ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ରୁ ଛଅ ଲକ୍ଷରୁ ଊର୍ଧ୍ୱ ଟଙ୍କା ଏହି କର୍ମଚାରୀ ନେଇ ବାହାରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା କିଛି ଦୁର୍ବୁତ୍ତ ଗୁଳିକାଣ୍ଡ କରି ଟଙ୍କା ବ୍ୟାଗ ଧରି ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଏଥି ସଂଗେ ସଂଗେ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି ।

ଏହା ସହିତ ଢେଙ୍କାନାଳର ପୋଲିସ କଟକ ପୋଲିସ ସହିତ ଯୋଗାଯୋଗ ରଖି ଅପରାଧୀ ମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । ଘଟଣା ସ୍ଥଳରେ ଢେଙ୍କାନାଳର ଏସ୍ପି କେ ଶିବା ସୁବ୍ରମଣି ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -

Most Popular

Recent Comments