Friday, March 29, 2024

Top 5 This Week

Related Posts

ବୃଦ୍ଧାଶ୍ରମ ରେ ଅଗ୍ନିକାଣ୍ଡ : ୨ ମୃତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୧/୦୧) : ନୂଆବର୍ଷରେ ଅଘଟଣ । ବୃଦ୍ଧାଶ୍ରମ ରେ ଅଗ୍ନିକାଣ୍ଡ ଜଳିଗଲେ ୨ ଜଣ । ଏଭଳି ଏକ ଅଘଟଣ ଘଟିଛି ଦିଲ୍ଲୀ ଗ୍ରେଟର କୈଲାଶ ପାର୍ଟ-୨ ଅଞ୍ଚଳରେ ।

ଆଜି ଭୋରୁ ଗ୍ରେଟର୍ କୈଲାଶ ଅଞ୍ଚଳରେ ଥିବା ଏକ ବୃଦ୍ଧାଶ୍ରମ ରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଦୁଇ ଜଣ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ସେପଟେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏଥିସହ ବୃଦ୍ଧାଶ୍ରମ ଭିତରୁ ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସୂଚନା ମୁତାବକ, ଏକ ନର୍ସିଂ ହୋମ୍‌ର ତୃତୀୟ ମହଲାରେ ଥିବା ବୃଦ୍ଧାଶ୍ରମରେ ନିଆଁ ଲାଗିଛି ।

ଏହି ବୃଦ୍ଧାଶ୍ରମର ନାଁ ଅନ୍ତରା କେୟାର ଫର୍ ସିନିଆର୍ ଥିଲା । ମୋଟ ୧୩ ଜଣଙ୍କୁ ଉଦ୍ଧାର କରି ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଦୁଇ ଜଣ ମହିଳା ଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୮୧ ଓ ୯୨ ବର୍ଷ ଥିବା ଜଣା ପଡିଛି । କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ ତଦନ୍ତ ଚାଲିଛି । ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପୁଲିସ ସନ୍ଦେହ କରୁଛି ।

Popular Articles