ପରସ୍ପର ସହ ଧକ୍କା ହେଲା ୬ ଗାଡ଼ି : ଗୋଟିଏ ପରିବାରର ୫ ମୃତ

0
153
ପରସ୍ପର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଚେନ୍ନାଇ, (୦୩/୦୧) : ତାମିଲନାଡୁରେ ସିରିଜ ଦୁର୍ଘଟଣା । ପରସ୍ପର ସହ ଧକ୍କା ହେଲା ୬ ଗାଡି । ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାର ୱେୟପୁର ନିକଟରେ ଆଜି ଭୋରୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ପରସ୍ପର ସହ ଧକ୍କା ହେଲା ୬ ଗାଡ଼ି । ଏଥିରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ସୂଚନା ମୁତାବକ, ଆଜି ସକାଳୁ ଚିତ୍ରା-ଚେନ୍ନାଇ ଜାତୀୟ ରାଜପଥରେ ଦୁଇଟି ଟ୍ରକ୍‌, ଦୁଇଟି ବସ୍ ଓ ଦୁଇଟି କାର୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗାଡି ଚାଳକଙ୍କ ସମେତ ୨ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ମୃତକଙ୍କ ପରିଚୟ ଏ ଯାଏଁ ମିଳିପାରି ନାହିଁ । ଖବର ପାଇ ପୁଲିସ ଓ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । କଡା ପରିଶ୍ରମ ପରେ ୫ ଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଯାଇଛି । ପୁଲିସ ନିଜ ଆଡୁ ଏକ ମାମଲା ରୁଜ୍ଜୁ କରି ମୃତକଙ୍କ ପରିଚୟ ଖୋଜୁଛି । ସେପଟେ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି ।