Friday, March 29, 2024

Top 5 This Week

Related Posts

ହିଜାବ ନ ପିନ୍ଧିବାରୁ ଚେସ୍ ଖେଳାଳିଙ୍କୁ ଧମକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୫/୦୧) : ଦିନକୁ ଦିନ ବଢ଼ିବାରେ ଲାଗିଛି ହିଜାବ ବିବାଦ । ଇରାନ୍‌ରେ ମହିଳାଙ୍କ ସମେତ ଅନେକ ଲୋକେ ରାସ୍ତାକୁ ଓହ୍ଲାଇ ଡ୍ରେସ୍ କୋଡ୍ ନିୟମକୁ କଡା ବିରୋଧ କରୁଛନ୍ତି । ହିଜାବ ନ ପିନ୍ଧିବାରୁ ଚେସ୍ ଖେଳାଳିଙ୍କୁ ଧମକ ଏଥିରୁ କ୍ରୀଡା ଜଗତ ମଧ୍ୟ ବାଦ୍ ପଡିନି ।

ଗତ ବର୍ଷ ଫିଫା ବିଶ୍ୱକପରେ ଇରାନ ଦଳ ସରକାର ବିରୋଧରେ ପ୍ରତିବାଦ କରି ମ୍ୟାଚ୍ ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରିବାକୁ ମନା କରିଦେଇଥିଲେ । ବର୍ତ୍ତମାନ ଚେସ ଖେଳରେ ଏହି ହିଜାବ ବିବାଦ ମଧ୍ୟ ସାମ୍ନାକୁ ଆସିଛି । ଇରାନର ମହିଳା ଚେସ ଖେଳାଳି ସାରା ଖାଦିମ ଏକ ଟୁର୍ନାମେଣ୍ଟରେ ହିଜାବ ନ ପିନ୍ଧି ମ୍ୟାଚ ଖେଳିଥିଲେ । ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋ ଦେଖିବା ପରେ ଏବେ ରାଗିଯାଇଛି ଇରାନ । ରାଗରେ ସାରାଙ୍କୁ ଦେଇଛି ଧମକ ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଫାଇଡ୍ ୱାର୍ଡ ରାପିଡ ଓ ବ୍ଲିଜ ଚେସ୍ ଇଣ୍ଟରନ୍ୟାସନାଲ ଚାମ୍ପିଅନସିପ୍ କାଜାଖସ୍ତାନରେ ଆୟୋଜିତ ହୋଇଥିଲା । ଏଥିରେ ୨୫ ବର୍ଷୀୟ ସାରା ଖାଦିମ ବିନା ହିଜାବ ପିନ୍ଧି ମ୍ୟାଚ୍ ଖେଳିଥିଲେ । ଇରାନର ନିୟମ କୁତାବକ, ଦେଶର ପ୍ରତିଟି ମହିଳା ଓ ଯୁବତୀ ଦେଶ ଭିତରେ ଏବଂ ବାହାରେ ପ୍ରତିଟି ସ୍ଥାନରେ ହିଜାବ ପିନ୍ଧିବା ଜରୁରୀ । କିନ୍ତୁ ସାରା ଏହି ନିୟମଙ୍କୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ ।

ରଏଟର୍ସ ମୁତାବକ, ଇରାନ୍ ସାରା ଖାଦିମଙ୍କୁ ଫୋନ୍ କରି ବ୍ୟକ୍ତିଗତ ରୂପେ ଧମକ ଦେଇଛି । ପ୍ରତିଯୋଗୀତା ପରେ ଇରାନ ନ ଫେରିବାକୁ ତାଙ୍କୁ ଚେତାବନୀ ଦିଆଯାଇଛି । ଯଦି ସେ ଇରାନ୍ ଆସନ୍ତ ତେବେ ତାଙ୍କ ପରିସ୍ଥିତି ଭୟଙ୍କର ହେବ । ସେପଟେ ସାରା ଖାଦିମଙ୍କ ପରିବାର ଓ ସମ୍ପର୍କିୟ ଏବେବି ଇରାନ୍‌ରେ ଅଛନ୍ତି । ତାଙ୍କୁ ମଧ୍ୟ ଇରାନ ସକରାର ଧମକ ଦେଇଛି ।

ସୂଚନା ଅନୁସାରେ ଟୁର୍ଣ୍ଣାମେଣ୍ଟ ପରେ ମଙ୍ଗଳବାର ତଥା ଜାନୁଆରୀ ୩ ତାରିଖରେ ସାରା ଇରାନ ଫେରିବା ବଦଳରେ ସ୍ପେନ୍ ପହଞ୍ଚିଥିଲେ । ଫୋନ୍‌ରେ ଧମକ ମିଳିବା ପରେ କଜାଖସ୍ତାନ ସରକାର ସାରାଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି । ତାଙ୍କ ରୁମ୍ ବାହାରେ ୨୪ ଘଣ୍ଟିଆ ଗାର୍ଡଙ୍କୁ ମୁତୟନ କରାଯାଇଛି । ଅନ୍ୟପଟେ ଇରାନ ବିଦେଶ ମନ୍ତ୍ରାଳୟ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେଇନାହିଁ । ୨୦୧୭ରେ ସାରା ଫିଲ୍ମମେକର୍ ଓ ଶୋ’ ପ୍ରେଜେଣ୍ଟର ଆର୍‌ଦେଶ୍ରୀ ଅହମ୍ମଦଙ୍କୁ ବିବାହ କରିଥିଲେ । ସାରା ବେଶ୍ ମଡେର୍ଣ୍ଣ ଅଟନ୍ତି । ସୋଶାଲ ମିଡିଆରେ ପ୍ରାୟତଃ ସେ ବିନା ହିଜାବରେ ଫଟୋ ଶେଆର କରନ୍ତି ।

Popular Articles