Thursday, March 28, 2024

Top 5 This Week

Related Posts

ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଲଢ଼େଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁଣେ, (୦୫/୦୧) : ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-ଟ୍ୱେଣ୍ଟି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ସଂଧ୍ୟା ୭ଟାରେ ଖେଳାଯିବ ।

ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ମ୍ୟାଚ୍ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ତିନି ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍ ଜିତିଲେ ସିରିଜ୍ ଜିତିବ ଭାରତ । ପ୍ରଥମ ମ୍ୟାଚ୍ ଜିତି ସାରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଅନ୍ୟପଟେ ସିରିଜ୍‌ ଫେରିବା ଲାଗି ସିଂହଳୀ ଟିମକୁ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ ।

ଏଥିଲାଗି କଡ଼ା ଟକ୍କର ଦେବାକୁ ରଣନୀତି କରିଛି ଭ୍ରମଣକାରୀ ଦଳ । ପ୍ରଥମ ଟ୍ୱେଣ୍ଟି-୨୦ ମ୍ୟାଚ୍‌ରେ କଡ଼ା ମୁକାବିଲା ପରେ ମାତ୍ର ୨ ରନ୍‌ରେ ଜିତି ଭାରତୀୟ ଦଳ ୩ ମ୍ୟାଚ୍‌ର ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି । ଗୁରୁବାର ଭାରତ ଜିତିଲେ କ୍ରମାଗତ ୧୧ଟି ଦ୍ୱିପାକ୍ଷିକ ଟ୍ୱେଣ୍ଟି-୨୦ ଶୃଙ୍ଖଳାରେ ଅପରାଜିତ ରହିବ । ୨୦୨୧ରେ ଶ୍ରୀଲଙ୍କା ଠାରୁ ଭାରତ ଶେଷ ଦ୍ୱିପାକ୍ଷିକ ଟ୍ୱେଣ୍ଟି-୨୦ ଶୃଙ୍ଖଳା ହାରିଥିଲା । ଭାରତୀୟ ଦଳରେ ଅର୍ଶଦୀପ ସିଂହ ହିଁ ପ୍ରମୁଖ ବୋଲର । ହେଲେ ପ୍ରଥମ ଟ୍ୱେଣ୍ଟି୨୦ରେ ଅସୁସ୍ଥ ହୋଇ ଅର୍ଶଦୀପ ଖେଳିନଥିଲେ । ହେଲେ ଉମ୍ରାନ୍ ମାଲିକ ଓ ପଦାର୍ପଣ କରିଥିବା ଶିଭମ୍ ମାଭି ମିଳିତ ଭାବେ ୬ଟି ୱିକେଟ ନେଇ ଦଳକୁ ଜିତାଇଥିଲେ ।

Popular Articles