ସାନ ଭାଇର କାତି ଚୋଟରେ ବଡଭାଇ ମୃତ : ଘଟଣା ସ୍ଥଳରୁ ଆସାମୀ ଫେରାର

0
264

ରିପୋର୍ଟ : ରାକେଶ ମହାରଣା
ଗଞ୍ଜାମ, କୋଦଳା, (୧୮/୦୮) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜଗତ ସାହିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ସାନ ଭାଇର କାତି ଚୋଟରେ ବଡଭାଇ ମୃତ l ମୃତକ ହେଲେ କିଶୋର ପାଣିଗ୍ରାହୀ l

ଆଜି ସକାଳୁ କୌଣସି କାରଣ କୁ ନେଇ ଦୁଇଭାଇ ଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା l ପରେ ସାନ ଭାଇର ରାଧାଶ୍ୟାମ ପାଣିଗ୍ରାହୀ ଙ୍କ କାତି ଚୋଟରେ ବଡଭାଇ କିଶୋର ପାଣିଗ୍ରାହୀ ଗୁରୁତର ହୋଇଥିଲେ l ତାଙ୍କୁ ପରିବାର ଲୋକ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l

ଅନ୍ୟପଟେ ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ କୋଦୋଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇ ଯାଇଥିବା ସୂଚନା ମିଳିଛି |