Thursday, March 28, 2024

Top 5 This Week

Related Posts

୧୮,୦୦୦ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୫/୦୧) : ଇ-କମର୍ସ କମ୍ପାନୀ ଆମାଜନ୍‌ର କର୍ମଚାରୀଙ୍କ ଉପରେ ପଡିବ ଚଡକ । ପ୍ରାୟ ୧୮,୦୦୦ ରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବ ଆମାଜନ୍

ଅର୍ଥନୈତିକ ଅନିଶ୍ଚିତତା କାରଣ ଦର୍ଶାଇ ପ୍ରାୟ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ବୁଧବାର ଦିନ ଏହି ଇ-କମର୍ସ କମ୍ପାନୀ ଘୋଷଣା କରିଛି । ଆମାଜନ୍ ସିଇଓ ଆଣ୍ଡି ଜେସି କହିଛନ୍ତି, ନଭେମ୍ବରରେ ହୋଇଥିବା ଛଟେଇ ବିଷୟରେ ଆଜି ଆମେ ଆପଣଙ୍କୁ ଅବଗତ କରାଉଛୁ । କମ୍ପାନୀ ନଭେମ୍ବର ମାସରେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବ ବୋଲି ଘୋଷଣା କରିଥିଲା । ଏବେ ୧୮ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ କରିବାକୁ ଯୋଜନା ହୋଇଛି ।

ଜେସି କହିଛନ୍ତି, ଛଟେଇ ଯୋଗୁଁ ଲୋକଙ୍କୁ ଅସୁବିଧା ହେବ ବୋଲି କମ୍ପାନିର ନେତୃତ୍ୱ ସଚେତନ ଅଛନ୍ତି । ସେଥିପାଇଁ, ଖାମଖିଆଲି ଭାବେ ଆମେ ଏ ନିଷ୍ପତ୍ତି ଗ୍ରହଣ କରିନାହୁଁ । ପ୍ରଭାବିତ ହେଉଥିବା କର୍ମଚାରୀ ମାନଙ୍କୁ ସାହାଯ୍ୟ କରିବା ଲାଗି ଆମେ ସେପାରେସନ୍ ପେମେଣ୍ଟ, ଟ୍ରାଞ୍ଜିସ୍‌ନାଲ୍ ହେଲ୍‌ଥ୍ ଇନ୍‌ସ୍ୟୁରାନ୍‌ସ ଏବଂ ଏକ୍ସଟର୍‌ନାଲ୍ ଜବ୍ ପ୍ଲେସ୍‌ମେଣ୍ଟ୍ ସପୋର୍ଟ ଆଦି ପ୍ୟାକେଜ୍ ଯୋଗାଇ ଦେବୁ । ପ୍ରସ୍ତାବିତ ଛଟେଇ ସଂକ୍ରାନ୍ତରେ ଜାନୁଆରୀ ୧୮ ତାରିଖରୁ କର୍ମଚାରୀ ମାନଙ୍କୁ ସୂଚନା ଦିଆଯିବା ଆରମ୍ଭ ହେବ । ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ଶେଷ ସୁଦ୍ଧା ବିଶ୍ୱବ୍ୟାପୀ ଆମାଜନ୍‌ ଗ୍ରୁପ୍‌ର ୧.୫୪ ନିୟୁତ କର୍ମଚାରୀ ଥିଲେ । ଏବେ କିନ୍ତୁ ଏହି ସଂଖ୍ୟା ହ୍ରାସ ପାଇଛି । ବାସ୍ତବରେ ଆମାଜନ୍ କମ୍ପାନୀର ଅଭିବୃଦ୍ଧି ଦ୍ରୁତ ଗତିରେ ହ୍ରାସ ପାଉଛି । ଯେଉଁଥିପାଇଁ ହଜାର ହଜାର କର୍ମଚାରୀଙ୍କୁ କଷ୍ଟ ସହିବାକୁ ପଡିପାରେ ।

Popular Articles