ଶ୍ରୀ ରାମ ଜୁନିୟର କଲେଜ ୩୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ

0
171
ଶ୍ରୀ ରାମ ଜୁନିୟର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୪/୦୧) : କାଶୀନଗର ଶ୍ରୀ ରାମ ଜୁନିୟର କଲେଜର ୩୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି ।

ଶ୍ରୀ ରାମ ଜୁନିୟର କଲେଜ ୩୩ ତମ ବାର୍ଷିକ କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓଙ୍କ କରକମଳରେ ଉଦଘାଟନ କରାଯାଇଥିଲା । ମୁଖ୍ୟ ବକ୍ତା ଭାବେ ବି ଡି ଓ କପିଳେଶ୍ଵର ତାଣ୍ଡି ସମ୍ମାନିତ ବିଶିଷ୍ଟ ଅତିଥି ଏନ ଏ ସି ଅଧ୍ୟକ୍ଷା ଏମ. ସୁଧାରାଣୀ ଉପାଧ୍ୟାକ୍ଷ ରଘୁରାମ ସାହୁ ସାମାଜିକ କର୍ମୀ ହୃଷିକେଶ ଗୌଡ଼ ପ୍ରମୁଖ ଯୋଗ ଦେଇ କ୍ରୀଡ଼ାର ଉପକାର ଓଡ଼ିଶା ହକିର ପ୍ରମୋଟ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡାର ଶପଥ ପାଠ କରାଇଥିଲେ ।

ଶ୍ରୀରାମ ଜୁନିୟର କଲେଜ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡ଼ିଆ ଅଧ୍ୟାପିକା ସଂଯୁକ୍ତା ପାଢ଼ୀ ସ୍ୱାଗତ ଜଣାଇଥିଲେ । କ୍ରୀଡ଼ା ଶିକ୍ଷକ କାଲି ପ୍ରସାଦ ପଟ୍ଟନାୟକ ମଶାଲ କୁ ପରିକ୍ରମା କରି ମୁଖ୍ୟ ଅତିଥି ମାନଙ୍କୁ ହସ୍ତାନ୍ତର କରିଥିଲେ । ୠଣ୍ଣିଙ୍ଗ, ଖୋଖୋ, ଜାବିଲୀନ ଥ୍ରୋ ପ୍ରଭୁତି ପ୍ରତିଯୋଗିତା କରାଯାଇଥିଲା । କଲେଜ ରେ ସମସ୍ତ ଅଧ୍ୟାପିକା ଅଧ୍ୟାପକ କର୍ମଚାରୀ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ରବିନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ ଅର୍ପଣ ଓ ପରିଚାଳନାରେ ଭାଗ ନେଇଥିଲେ ।