-5.7 C
Innichen
Saturday, January 28, 2023

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୬/୦୧) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଜିଲ୍ଲାପାଳ ଙ୍କ ସଭା କକ୍ଷରେ ଅନୁଷ୍ଠିତ । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନିଲ ନରୱଣେ, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଂଜନ କହଁର, ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା,ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ,ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସ୍ୱାଗତ ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରିବାକୁ ସଦସ୍ୟମାନେ ଗୁରୁତ୍ୱାରୋପ କରିଥିଲେ ।

ଏହି ବୈଠକରେ ବିଶେଷ ଭାବେ ପଞ୍ଚ ଦଶ ଅର୍ଥ କମିଶନ ଅନାବଦ୍ଧ ପାଣ୍ଠିରୁ ଆବଣ୍ଟିତ ପ୍ରକଳ୍ପ ଗୁଡିକର ୨୦୨୩ – ୨୪ ବର୍ଷ ନିମନ୍ତେ ସଂଶୋଧିତ ପ୍ରସ୍ତାବ କୁ ବୈଠକରେ ଅନୁମୋଦନ କରାଯାଇଛି । ଜିଲ୍ଲାରେ ସାମାଜିକ ବନୀକରଣ, ପଥ ପାର୍ଶ୍ୱ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଅଧିକରୁ ଅଧିକ କରିବା ନିମନ୍ତେ ବୈଠକରେ ସଦସ୍ୟ ସଦସ୍ୟା ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଉଠା ଜଳସେଚନ ଯୋଜନା କାର୍ଯ୍ୟକାରୀତା ଓ ଅନ୍ୟାନ୍ୟ ଯୋଜନା ଉପରେ ସମୀକ୍ଷା ହୋଇଥିଲା । ଶେଷରେ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Stay Connected

0FansLike
3,684FollowersFollow
20,500SubscribersSubscribe
- Advertisement -spot_img

Latest Articles