ଅପରେସନ ଥିଏଟର ଭିତରେ ମହିଳା ରୋଗୀଙ୍କୁ ଅସଦାଚରଣ !

0
98
ଅପରେସନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋଲକାତା, (୦୭/୦୧) : ଅପରେସନ ଥିଏଟର ଭିତରେ ମହିଳାଙ୍କୁ ଅସଦାଚରଣ । ଅଧା ଅଚେତ ଅବସ୍ଥାରେ ଓଟି ବେଡ୍‌ରେ ଥିବା ଜଣେ ୩୯ ବର୍ଷୀୟ ମହିଳା ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

କୋଲକାତା ରେ ଥିବା ଗୋଟିଏ ସୁପର ସ୍ପେଶାଲିଟି ହସ୍ପିଟାଲ ର ଜଣେ ଅଜଣା କର୍ମଚାରୀ ଏହି କାଣ୍ଡ ଘଟାଇଛନ୍ତି । ମହିଳା ଜଣଙ୍କ ଏ ନେଇ ଫୁଲବାଗନ ପୁଲିସ୍‌ ନିକଟ ରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି ।ମହିଳା ଜଣଙ୍କ କହିଛନ୍ତି ଯେ ଅପରେସନ ଥିଏଟର ରେ ଗାଲବ୍ଲାଡର ସର୍ଜରୀ ପାଇଁ ସେ ହସ୍ପିଟାଲରେ ଆଡମିଟ ହୋଇଥିଲେ । ତାଙ୍କୁ ଏଥିପାଇଁ ଓଟିକୁ ନିଆଯାଇଥିଲା ଓ ଗୁରୁବାର ସକାଳ ୯ଟାରେ ନିସ୍ତେଜକ ଦିଆଯାଇଥିଲା ।

ପ୍ରାୟ ୧୧ଟା ସୁଦ୍ଧା ଅପରେସନ ଶେଷ ହୋଇଥିଲା । ତେବେ ଅପରେସନ ପରେ ବି ମହିଳାଙ୍କୁ କିଛି ସମୟ ପାଇଁ ଓଟିରେ ରଖାଯାଇଥିଲା । ସେ ଅଧା ଅଚେତ ଅବସ୍ଥାରେ ଥିବା ବେଳେ କେହି ଜଣେ ତାଙ୍କୁ ସମ୍ବେଦନଶୀଳ ଅଙ୍ଗଗୁଡ଼ିକୁ ବାରମ୍ବାର ସ୍ପର୍ଶ କରିଥିଲା । ସେ କହିଛନ୍ତି, “କେହି ଜଣେ ମୋ ଡାହାଣ ପାର୍ଶ୍ୱରେ ଛିଡ଼ା ହୋଇଥିଲା । ସେ ମୋର ପ୍ରାଇଭେଟ ପାର୍ଟକୁ ଅତି ଜୋରରେ ସ୍ପର୍ଶ କରୁଥିଲା । ଏହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା । ଧୀରେଧୀରେ ମୁଁ ହୋଶକୁ ଫେରିବା ବେଳେ ସବୁ କିଛି ଜାଣିବାକୁ ପାଇଥିଲି । ମୁଁ ସବୁକିଛି ଅନୁଭବ କରୁଥିଲି । କିନ୍ତୁ ନିସ୍ତେଜକ ଯୋଗୁ ମୁଁ ସେହି ବ୍ୟକ୍ତିଙ୍କୁ ଅଟକାଇ ପାରି ନଥିଲି କିମ୍ବା କିଛି କରିପାରି ନଥିଲି ।

ଶେଷରେ ମୁଁ ଆଖି ଖୋଲିଲା ବେଳକୁ ମୋ ପ୍ରାଇଭେଟ ପାର୍ଟରେ ଚିହ୍ନ ଦେଖିବାକୁ ପାଇଥିଲି । ଘଟଣା ବେଳେ କୌଣସି ମହିଳା କର୍ମଚାରୀ ଓଟିରେ ନଥିଲେ । ଓଟିରେ କ’ଣ ସବୁ ହୋଇଛି ମୁଁ ଜାଣିନି । କିନ୍ତୁ ମୋ ଛାତିରେ ଗ୍ରୁପିଂ ଚିହ୍ନ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।” ଶୁକ୍ରବାର ମହିଳା ଜଣଙ୍କ ନିଜେ ଏ ନେଇ ପୁଲିସ୍‌ରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପରେ ପୁଲିସ୍‌ ଅସଦାଚରଣ ଦିଗର ତଦନ୍ତ ଆରମ୍ଭ କରିଛି । ଅଭିଯୋଗକାରୀଙ୍କ ମେଡିକାଲା ଟେଷ୍ଟ ବି କରାଯାଇଛି । ଡିସିପି ପ୍ରିୟବ୍ରତ ରୟ କହିଛନ୍ତି, “ମହିଳା ଜଣଙ୍କ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆଇପିସିର ଧାରା ୩୫୪ ଅନୁଯାୟୀ ଅଜଣା ଅଭିଯୁକ୍ତ ବିରୋଧରେ ମାମଲା ହୋଇଛି । ଏହାକୁ ଆମେ ଗୁରୁତର ସହ ନେଇଛୁ ।”