ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ୍‌

0
107
ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୭/୦୧) : କ୍ଲାଇମାକ୍ସ ପାର୍ଟରେ ପହଞ୍ଚିଥିବା ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ୍‌ ଉପରେ ଆଜି ସମସ୍ତଙ୍କର ନଜର ରହିଛି ।

ରାଜକୋଟ ରେ ହେବାର ଥିବା ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ୍‌ ଉଭୟ ଟିମ୍ ମଧ୍ୟରେ କଡ଼ା ଟକ୍କର ହେବ । ସିରିଜ୍‌ ପ୍ରଥମ ମ୍ୟାଚ୍‌ଟି ଭାରତ ଦୁଇ ରନ୍‌ରେ ଜିତି ନେଇଥିବା ବେଳେ ଦ୍ୱିତୀୟ ମାଚଟି ଶ୍ରୀଲଙ୍କା ବାଉନ୍ସବ୍ୟାକ୍‌ କରି ସିରିଜ୍‌ ବାରବର କରିଛି । ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ଜିତି ଭାରତକୁ କଡ଼ା ଚାଲେଞ୍ଜ ଦେଇଛି ଭ୍ରମଣକାରୀ ଦଳ । ଅନ୍ୟପଟେ ଆଜି ନିର୍ଣ୍ଣାୟକ ମ୍ୟାଚ ଥିବାରୁ ଏହା ବେଶ ରୋମାଞ୍ଚକର ହେବ ବୋଲି କୁହାଯାଉଛି । ରାଜକୋଟରେ ସମସ୍ତ ଫର୍ମାଟରେ ରନ୍‌ ବର୍ଷା ହେଉଥିବାରୁ ଶନିବାର ରାତିରେ ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି ।

ଭାରତ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି । ଘରୋଇ ମାଟିରେ ଭାରତ ବିଗତ ୩ ବର୍ଷ ଧରି ଲଗାତାର ୧୧ଟି ଶୃଙ୍ଖଳା ଜିତିଛି । ଶେଷ ଥର ପାଇଁ ୨୦୧୯ରେ ଘରୋଇ ମାଟିରେ ଭାରତକୁ ଅଷ୍ଟ୍ରେଲିଆ ୨-୦ରେ ହରାଇଥିଲା । ଭାରତ ସମ୍ଭାବ୍ୟ ୧୧: ଈଶାନ କିଶନ, ଶୁବମନ ଗିଲ୍‌, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ୍‌, ଶିବମ ମାଭି, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ ।

ଶ୍ରୀଲଙ୍କା ସମ୍ଭାବ୍ୟ ୧୧: ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ସାଦିରା ସମରବିକ୍ରମା/ଭାନୁକା ରାଜପକ୍ଷ, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍‌ଣା, କାସୁନ ରଜିଥା, ଦିଲସାନ୍‌ ମଧୁଶଙ୍କା ।