ଭୈରବୀ ଡିଗ୍ରୀମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ଉଦଘାଟିତ

0
145
ଭୈରବୀ ଡିଗ୍ରୀମହାବିଦ୍ୟାଳୟ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୭/୦୧) : ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀମହାବିଦ୍ୟାଳୟ ଠାରେ ୩ ଦିନିଆ ଜିଲ୍ଲା ଯୁବ ରେଡ଼କ୍ରସ ଶିବିର ଆଜି ଉଦଘାଟିତ ହୋଇଯାଇଛି ।

ଉଦ୍ଘାଟନୀ ଉତ୍ସବ ରେ ଭୈରବୀ ଡିଗ୍ରୀମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରିଣିଆ ସଭାପତିତ୍ୱ କରିଥିବା ବେଳେ ପୁରୁଣାକଟକ ସରପଞ୍ଚ ଶ୍ରୀଯୁକ୍ତ ଅଶୋକ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଜିଲ୍ଲା ଯୁବ ରେଡ଼କ୍ରସ ର ସମ୍ପାଦକ ଅଧ୍ୟାପକ ଡ଼ ପ୍ରବୀର ଦାସ ସନ୍ନମାନିତ ଅତିଥି ଭାବେ ଯୋଗ ଦେବା ସହିତ ଯୁବ ରେଡ଼କ୍ରସ ବୌଦ୍ଧ ଜିଲ୍ଲା ସଂଯୋଜକ ଅଧ୍ୟାପକ ସୁରେଶ୍ୱର ଯୋଗୀ ଅତିଥି ପରିଚୟ ପ୍ରଦାନ କରି ଶିବିର ର ଆଭିମୁଖ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ପ୍ରଥମେ ରେଡ଼କ୍ରସ ର ପତାକା ଉତ୍ତଳୋନ କରାଯାଇ ରେଡ଼କ୍ରସ ର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ଜିଲ୍ଲା ର ୨୩ ଗୋଟି ମହାବିଦ୍ୟାଳୟକୁ ପ୍ରାୟ ୧୦୦ ସ୍ଵେଚ୍ଛାସେବୀ ଏବଂ କାଉନସିଲର ଯୋଗଦାନ କରିଥିଲେ । ଶିବିରରେ ରେଡ଼କ୍ରସ ର ଇତିହାସ, ଲକ୍ଷ୍ୟ, ପର୍ଯ୍ୟାୟ ପ୍ରଶମନ ସଚେତନ HIV/AIDS, ପ୍ରାଥମିକ ଚିକିତ୍ସା, ରକ୍ତଦାନ, ପର୍ଯ୍ୟବେକ୍ଷଣ ସ୍ୱେଚ୍ଛାସେବୀ ପ୍ରଭୃତି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦିଆଯିବ । ଆଜି ରେଡ଼କ୍ରସ ର ଲକ୍ଷ୍ୟ, ଉଦ୍ଦେଶ୍ୟ ବିଷୟରେ ଅଧ୍ୟାପକ ପ୍ରବୀର ଦାସ ପ୍ରଶିକ୍ଷଣ କରିଥିଲେ । ପରେ ଡ଼ଃ ସଞ୍ଜୟ ପଣ୍ଡା ବିପର୍ଯୟ ପ୍ରଶମନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମ କର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।