ରାୟଗଡା ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକାଙ୍କ ସାମ୍ବାଦିକ ସମ୍ମିଳନୀ

0
327

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା,(୧୮/୦୮) : ଆଜି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ରାୟଗଡା ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗିରି ଉଲାକାଙ୍କ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

ଉକ୍ତ ସାମ୍ବାଦିକ ସମିଳନୀରେ ରାୟଗଡା ଲୋକସଭା ସାଂସଦ ଶ୍ରୀ ଉଲ୍ଲାକା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ କିପରି କୋରାପୁଟ ଓ ରାୟଗଡା ପ୍ରତି କରି ଆସୁଛନ୍ତି ତାହା ଉପରେ ବ୍ୟାଖ୍ୟା କରିଥିଲେ । ରାୟଗଡା ଜ଼ିଲ୍ଲା ଡି ଆର ଏମ ଅଫିସ ଘୋଷଣାର ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା କୌଣସି ଆଖି ଦୃସିଆ କାମ କରି ନାହାନ୍ତି |

ବର୍ତ୍ତମାନ କଂଗ୍ରେସ ତରଫରୁ ସଂସଦ ଅଧିବେଶନରେ କୋରାପୁଟ ଓ ରାୟଗଡା ଜ଼ିଲ୍ଲା ରେଳବାଇ ର ଉନୟନ, ଯୋଗାଯୋଗର ଦାୟିତ୍ୱ ରେ ଥିବା ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସାଂସଦ ଶ୍ରୀ ଆସୱିନୀ ବୈଷ୍ଣବଙ୍କୁ ସୂଭେଚ୍ଛା ଜଣାଇବା ସହ ଅଂଚଳର ଉନ୍ନତି ପାଇଁ ଶୁଭ କାମନା ଜଣାଇଥିଲେ । ଏହା ସହ ଥେରୁବାଲି ଓ ଗୁଣୁପୁର ଲାଇନ କୁ ରାଜ୍ୟ ସରକାର ଙ୍କ ସହ ମିଶି କାମ କଲେ ଏହି ଅଂଚଳ ଆର୍ଥିକ ଓ ଗୋମୋନାଗୋମନ ର ଉନ୍ନତି ହେବ ବୋଲି ଶ୍ରୀ ଉଲ୍ଲାକା ପ୍ରକାଶ କରିଥିଲେ। । ରେଳବାଇ ଅଂଚଳରେ ଜବରଦଖୋଲକାରୀଙ୍କ ଥୋଇଥାନ ବ୍ୟବସ୍ଥା କରାଯାଉ ବୋଲି ଦାବି ରଖିଥିଲେ ।

କୋରାପୁଟ ଓ ରାୟଗଡା ଅଂଚଳ ଅନୁସୂଚିତ ଜାତି ଜନ ଜାତି ଓ ପୋଛୁଆ ଵର୍ଗ ହୋଇଥିବାରୁ ଏହାକୁ କେନ୍ଦ୍ର ରେଳମନ୍ତ୍ରୀ ପ୍ରାଧ୍ୟନତା ଦେବା ଆବଶ୍ୟକ ବୋଲି କହିଥିଲେ । କାଶୀପୁରର କଂସାରୀଗୁଡା ଠାରେ ବିନା ପ୍ରଦୂଷଣ ବିଭାଗ ଓ ପଲିସଭା ବିନା ପୱାରର ପ୍ଲାଣ୍ଟ ହୋଇପାରିବ ନାହିଁ ଏବଂ ରାଜ୍ୟ ପ୍ରଦୂଷଣ ବିଭାଗ ଜ଼ିଲ୍ଲା ପ୍ରଶାସନକୁ ଚିଠି କରିଥିବା ଶ୍ରୀ ସାଂସଦ ପ୍ରକାଶ କରିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଦୁର୍ଗା ପଣ୍ଡା, ଝୁନା ପଣ୍ଡା, ଏମ ଏଲ ଏ ପ୍ରତିନିଧି ଶ୍ରୀ ଆପଲ ସ୍ୱାମୀ, ଏମ ପି ପ୍ରତିନିଧି ବାପି ପଟନାୟକ ଉପସ୍ଥିତ ଥିଲେ ।