ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଙ୍କ ରାୟଗଡ ଜିଲ୍ଲା ପରିଦର୍ଶନ

0
230

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ, ତା.(୧୮/୦୮) : ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦକ୍ଷିଣାଅଚଂଳ ଉପନିର୍ଦ୍ଦେଶକ ଶ୍ରୀ ଗୁରୁବୀର ସିଂହ ଆଜି ରାୟଗଡ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାଯ୍ୟାଳୟ ପରିଦର୍ଶନ କରିଥିଲେ |2739041c cc89 438f 869c b490ae7d2833 ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ଙ୍କ ରାୟଗଡ ଜିଲ୍ଲା ପରିଦର୍ଶନ

ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାଯ୍ୟାଳୟ ର ବିଭିନ୍ନ କାଯ୍ୟକାରୀତା ପ୍ରଣାଳି, ହିସାବ ବିବରଣୀ ଉପରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିବା ସହ, ସଠିକ ଭାବେ ଏବଂ ନିୟମ ମୁତାବକ ସମ୍ପାଦନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କାଯ୍ୟାଳୟର ଅନୁମୋଦିତ କର୍ମଚାରୀଙ୍କ ପଦବୀ ସଂଖ୍ୟା, ଖାଲି ପଡିଥିବା ପଦବୀ ସଂଖ୍ୟା, କାଯ୍ୟକ୍ରମ ବିଭିନ୍ନ ଅସୁବିଧା, କର୍ମଚାରୀଙ୍କର ବ୍ୟକ୍ତିଗତ ଅସୁବିଧା, ସମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା, ସୂଚନା କେନ୍ଦ୍ର ଓ ପାଠାଗାର ପରିଚାଳନା, ଉତ୍କଳ ପ୍ରସଙ୍ଗ, ଓଡିଶା ରିଭିୟୁ ଆଦିର ବିକ୍ରୟର ବିବରଣୀ ଆଦି ଉପରେ ଅନୁଧ୍ୟାନ କରିଥିଲେ ।

ଏହା ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସହରରେ ଲଗାଯାଇଥିବା ବିଲ ବୋର୍ଡ (ହୋଡିଙ୍ଗ) ଅନୁଧ୍ୟାନ କରିଥିଲେ । ଏହା ପରେ ସଂସ୍କୃତି ବିଭାଗର ମ୍ୟୁଜିୟମ ପରିଦର୍ଶନ କରି ଏଠାରେ ସଂରକ୍ଷିତ ଥିବା ଦୁର୍ଲଭ ଉପକରଣକୁ ସଠିକ ଭାବରେ ପରିଚାଳନା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ବଡବାବୁ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ- ଶ୍ରୀ ଡମ୍ବୁରୁଧର ପଣ୍ଡା, ସହକାରୀ ସଂଚାଳକ ଶ୍ରୀ ସମ୍ରାଟ ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରା, କାହ୍ନୁ ଚରଣ ପ୍ରଧାନ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ।