ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ହକି ବିଶ୍ଵକପ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
254
ରାୟଗଡ଼ା ସ୍ୱୟଂଶାସିତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୪/୦୧) : ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ର ନିର୍ଦ୍ଦେଶ କ୍ରମେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ତଥା ଫଟୋ ଉତୋଳନ, ସେଲଫି ପଇଣ୍ଟ ଇତ୍ୟାଦି ଅନୁଷ୍ଠିତ ହୋଇଛି ।WhatsApp Image 2023 01 13 at 14.29.37 ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ହକି ବିଶ୍ଵକପ ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସେଥିରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ପ୍ରଶନ୍ନ କୁମାର ଗନ୍ତାୟତ ଓ କ୍ରିଡ଼ା ସଂସଦର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ସୂଚନା ଥାଉକି ଗତ ତା ୧୦/୦୧/୨୦୨୩ ଦିନ ଜିଲ୍ଲାପାଳ ମୋହଦୟା ମଧ୍ୟ ଛାତ୍ରଛାତ୍ରୀ ଗହଣରେ ରହି ହକି ବିଶ୍ଵକପ ର ସେଲ୍‌ଫି ପଇଣ୍ଟରେ ଫଟୋ ଉତ୍ତୋଳନ କରିଥିଲେ । ତା ୧୧/୦୧/୨୦୨୩ ଦିନ ଅପରାହ୍ନ ୬ ଘଣ୍ଟିକା ସମୟରେ ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବର ସିଧା ପ୍ରସାରଣ ଏଲ୍‌ ସି ଡ଼ି ପରଦା ମାଧ୍ୟମରେ ମହାବିଦ୍ୟାଳୟର ସମ୍ମୀଳନୀ କକ୍ଷରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂକ୍ଷକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ।

ସୂଚନା ଥାଉକି ଏହି ହକି ବିଶ୍ଵକପ୍ ଉପଲକ୍ଷେ ତା ୩୦/୧୨/୨୦୨୨ ଦିନ ଛାତ୍ରଛାତ୍ରୀ ଓ ବିଭିନ୍ନ ପଦାଧିକାରୀମାନଙ୍କର ଗୋଟିଏ ବିରାଟ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜି.ସି.ଡ଼ି. ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ହକି ବିଶ୍ଵକପ କୁ ସ୍ଵାଗତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର କ୍ରୀଡ଼ା ସଂସଦର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।