Friday, March 29, 2024

Top 5 This Week

Related Posts

ମକର ସଂକ୍ରାନ୍ତି : ଗଙ୍ଗା ସାଗରରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କୋଲକାତା, (୧୪/୦୧) : ମକର ସଂକ୍ରାନ୍ତି ଅବସରରେ ଗଙ୍ଗାସାଗରରେ ବୁଡ଼ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି ବୋଲି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ କୁହାଯାଇଛି ।

କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍କ ୬୦ ହଜାର ପୁତ୍ର ମୃତ୍ୟୁ ବରଣ କରିଥିଲେ । ତେବେ ପୁତ୍ରମାନଙ୍କୁ ଅଭିଶାପରୁ ମୁକ୍ତ କରିବା ପାଇଁ ଭୋଗୀରଥ ସ୍ୱର୍ଗରୁ ପୃଥିବୀକୁ ଗଙ୍ଗା ଆଣି ଥିଲେ । ଏହି ସ୍ଥାନରେ ଗଙ୍ଗା ଓ ସାଗର ମିଳନ ହେତୁ ଏହାକୁ ଗଙ୍ଗା ସାଗର କୁହାଯାଏ । ଏହି ସ୍ଥାନ ରେ କପିଳ ମୁନିଙ୍କ ଆଶ୍ରମ ଥିବା କିମ୍ବଦନ୍ତୀରୁ ଜଣା ଯାଇଥାଏ । ପୌଷ ମାସ ମକର ସଂକ୍ରାନ୍ତି ରେ ବୁଡ଼ ପକାଇଲେ ଶ୍ରାଦ୍ଧଳୁଙ୍କୁ ପୁଣ୍ୟ ମିଳିଥାଏ । ସେଥିପାଇଁ ଗଙ୍ଗା ସାଗରରେ ଭାରତ ତଥା ଭାରତ ବାହାରୁ ଲକ୍ଷଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ପାଇଁ ଆସିଥାନ୍ତି । ଏଥିହସ ବାବା କପିଳ ମୁନିଙ୍କ ଦର୍ଶନ ମଧ୍ୟ କରିଥାନ୍ତି ।

Popular Articles