ଅପପୃଷ୍ଟି ରୋକିବା ପାଇଁ ସଚେତନ ରଥ ର ଶୁଭାରମ୍ଭ

0
390
ଅପପୃଷ୍ଟି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୦୧) : ଅପପୃଷ୍ଟି ରୋକିବା ନିମନ୍ତେ କାଶୀନଗର ବ୍ଲକ ରେ ଏକ ସଚେତନ ରଥ କୁ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା ଉଦଘାଟନ କରିଛନ୍ତି ।

ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ଶିଶୁ ମାନଙ୍କ ଅପ ପୃଷ୍ଟି ରୋକିବା ନିମନ୍ତେ ଏକ ସଚେତନ ରଥ ଗତ କାଲି ଶୁଭାରମ୍ଭ କରାଯାଇଛି । ଏହି ରଥ କାଶୀନଗର ବ୍ଲକ ର ସମସ୍ତ ଗ୍ରାମ କୁ ଯାଇ ସଚେତନ କରାଇବା ସହ କୌଣସି ପିଲା ଯେଭଳି ଅପପୃଷ୍ଟି ରେ ମୃତ୍ୟୁ ନ ହୁଏ ସେଥି ପ୍ରତି ସମସ୍ତେ ଦୃଷ୍ଟି ଦେବାକୁ କୁହା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧାରାଣୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ, ସିଡିପିଓ ଶ୍ରୀମତୀ କନକଳତା ପୂଜାରୀ ବହୁ ଅଙ୍ଗନବାଡି କର୍ମୀ ଯୋଗ ଦେଇଥିଲେ ।