୧୫ ତମ ବିଶ୍ୱଶାନ୍ତି ମକର ମେଳା ଉଦଯାପିତ

0
108
୧୫ ତମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୫/୦୧) : ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ସାକୁସିଙ୍ଗା କାଶୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ୧୫ ତମ ବିଶ୍ଵଶାନ୍ତି ମକର ମେଳା ମହାଯଜ୍ଞ ପ୍ରତିଷ୍ଠାତା ସନ୍ଥ ସେବକ ଭକ୍ତ ଗଦାଧର ଦାସ ଙ୍କ ପୌରାହୀତତା ରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । 

୧୫ ତମ ବିଶ୍ୱଶାନ୍ତି ମକର ମେଳା ମହା ଯଜ୍ଞ ତିନି ଦିନ ଧରି, କଳସ ଯାତ୍ରା, ସାଧୁସେବା, ଅଷ୍ଟପ୍ରହରୀ, ଗୀତା ଯଜ୍ଞ, ବିଷ୍ଣୁ ଯଜ୍ଞ, ଶିବପୂରାଣ ପଠନ, ମନ୍ତ୍ର ଯନ୍ତ୍ର ସମେତ ପ୍ରାର୍ଥନା ସଭାକାର୍ଯ୍ୟ ହୋଇଥିଲା । ଯଜ୍ଞ ରେ ବ୍ରାହ୍ମଣ ଭାବେ ଲବ ଚାନ୍ଦ, କର୍ତ୍ତା ଭାବେ ସପତ୍ନୀ ବିରେନ ମହାକୁଡ଼, ସପତ୍ନୀ ସୁନିଲ ମହାକୁଡ଼, ସପତ୍ନୀ ଅନ୍ତର୍ଯ୍ୟାମୀ ମହାକୁଡ଼, ଅଭି ପାତ୍ର କାର୍ଯ୍ୟ ତୁଲାଇଥିବା ବେଳେ କମିଟିର ସକ୍ରିୟ ସଭ୍ୟ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଧୁ ମେଳରେ ସର୍ବ ଭାରତୀୟ ସାଧୁ ସନ୍ଥ ସମ୍ମିଳୀନୀ ର ସଂଗଠନ ସଭାପତି କୃଷ୍ଣ ମହାରାଜ, ଖଣ୍ଡଗିରି କଳ୍କୀ ଆଶ୍ରମ ର ଭାସ୍କର ଦାସ, ନେପାଳ ମଠ ର ମହନ୍ତ ସୁକାନନ୍ଦ ଗିରି, ବେଳପୁଞ୍ଜି ମଠ ର ଯୋଗୀ ବାବା ଙ୍କ ସମେତ ୧୫ ଜଣ ସାଧୁ ଏବଂ ୫ ହଜାର ରୁ ଉର୍ଦ୍ଧ ଭକ୍ତ ସମାଗମ ହୋଇଥିଲେ । ଆଜି ଦିନ ୨ ଟା ରେ ନଗର କୀର୍ତ୍ତନ ସାରି ଭକ୍ତ ମାନଙ୍କ ଗହଣରେ ପ୍ରତିଷ୍ଠାତା ଗଦାଧର ଦାସ ଜଗତର କଲ୍ୟାଣ ନିମନ୍ତେ ପୂର୍ଣ୍ଣାହୁତି ଦେଇଥିଲେ।