ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ : ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ

0
213

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୬/୦୮) : ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦେବାକୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି ।

ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ, ବିଜେପିର ଜନ ଆଶୀର୍ବାଦ ଯାତ୍ରା ଅବସରରେ ବିଭିନ୍ନ ଜିଲ୍ଲା ବୁଲିବେ । ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇବେ । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଏ ଅଭିଯାନ ବିଜେପି ପାଇଁ ଆସନ୍ତା ପୌର ଓ ପଞ୍ଚାୟତ ଭୋଟ୍‌ ପାଇଁ ବାତାବରଣ ସୃଷ୍ଟି କରିବ ବୋଲି ରାଜନୈତିକ ମହଲ ଅନୁମାନ କରୁଛି ।

ସମଗ୍ର ଦେଶରେ ଦଳ ଆରମ୍ଭ କରୁଛି ‘ଜନ ଆଶୀର୍ବାଦ ଯାତ୍ରା’ । ନୂଆ ଦାୟିତ୍ୱ ନେଇଥିବା ସମସ୍ତ କେନ୍ଦ୍ରମନ୍ତ୍ରୀ ଦେଶର ୨୧୨ଟି ସଂସଦୀୟ କ୍ଷେତ୍ରକୁ ଯାଇ ଜନ ଆଶୀର୍ବାଦ ଲୋଡ଼ିବେ । ଏହି ଜନ ଆଶୀର୍ବାଦ ଯାତ୍ରା ୧୪୨ ଦିନ ଯାଏ ଚାଲିବ । ଏହି ଯାତ୍ରା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ।

ବିଜେପି ସୂଚନା ଅନୁସାରେ, ଆସନ୍ତାକାଲି ଦିନ ୯ଟାରେ ଦୁଇ ମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଉଭୟ ମନ୍ତ୍ରୀ ସିଧାସଳଖ ପୁରୀ ଗସ୍ତ କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପୁରୀ ଯିବା ବାଟରେ ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ଦୁହିଁଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।

ଶ୍ରୀ ପ୍ରଧାନ ଓ ଶ୍ରୀ ବୈଷ୍ଣବ ପୁରୀରେ ମଧ୍ୟାହ୍ନଭୋଜନ ସାରି ରାଜ୍ୟ କାର୍ଯ୍ୟାଳୟକୁ ଫେରିବେ । ସେଠାରେ ବିଜେପି ପକ୍ଷରୁ ଦୁହିଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ । ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ସଂଧ୍ୟାରେ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ରାୟଗଡ଼ା ଗସ୍ତ କରିବେ । ୨୦ ସେ କୋରାପୁଟ ଗସ୍ତ କରି ରାତ୍ରୀଯାପନ କରିବେ । ୨୧ରେ ଜୟପୁର, ନବରଙ୍ଗପୁର ଗସ୍ତ କରି ଭବାନୀପାଟଣାରେ ରାତ୍ରୀଯାପନ କରିବେ । ୨୨ରେ ଶ୍ରୀ ବୈଷ୍ଣବ କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝୀ, ପାଟଣାଗଡ଼ ଦେଇ ବଲାଙ୍ଗୀରଠାରେ ପହଞ୍ଚିବେ । ୨୨ ସଂଧ୍ୟାରେ ସେ ବଲାଙ୍ଗୀରରୁ ଭୁବନେଶ୍ୱର ଫେରି ଆସି ପରଦିନ ସକାଳୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।

ଏହି ଜନ ଆଶୀର୍ବାଦ ଯାତ୍ରା ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ୭ଟି ଜିଲ୍ଲା, ୬ଟି ଲୋକସଭା ଅଂଚଳରେ ୧୧୫ଟି ସ୍ଥାନରେ ସମ୍ବର୍ଦ୍ଧନା ସଭା ସଭା ଓ କାର୍ଯ୍ୟକ୍ରମରେ ଯୋଗଦେବେ । ସାମ୍ବାଦିକ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।