ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ପାଳିତ

0
116
ଜିଆଇଇଟି ବିଶ୍ଵବିଦ୍ୟାଳୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୩/୧) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପରିସରେ ଜାତୀୟ ସେବା ଯୋଜନା ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।WhatsApp Image 2023 01 23 at 14.33.00 ଜିଆଇଇଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ନେତାଜୀ ସୁଭାଷ ଚନ୍ଦ୍ର ଜୟନ୍ତୀ ପାଳିତ

ଏହି ଅବସରରେ ଜିଆଇଇଟି ବିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ ଏନ. ଭି. ଜଗନ୍ନାଧା ରାଓ, ଡିନ ଏକାଡେମିସ ଡ଼.ଏ ଭି. ଏନ.ଏଲ ଶର୍ମା, ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି.ଶ୍ରୀନିବାସ ରାଓ, ଏମ ବି ଏ ବିଭାଗର ଡ଼ିନ ଡ଼ଃ ଏମ ଜଗଦୀଶା ଏବଂ ଡେ଼ପୁଟି ରେଜିଷ୍ଟ୍ରାର ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ନେତାଜୀଙ୍କ ଚିତ୍ରପଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ, ତାଙ୍କ ଜୀବନୀ ଓ ଦେଶ ପ୍ରତି ତାଙ୍କର ଅବଦାନ ଏବଂ ଉଛର୍ଗ ବିଷୟରେ କହିଥିଲେ । ଜିଆଇଇଟି ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ ବାଣୀ ପ୍ରସାଦ ନାୟକ, ଗୋପାଳ କୃଷ୍ଣ ମହାନ୍ତି, ଡ଼ଃ ପ୍ରତିଭା କର ପ୍ରମୁଖ ପରିଚଳନା କରିଥିବା ବେଳେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।