୪ର୍ଥ ସନ୍ଧ୍ୟା ରେ ଭଜନ ସଙ୍ଗୀତ୍ ରାଗିଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

0
76
କାର୍ଯ୍ୟକ୍ରମ

ରିପୋର୍ଟ : ରାଜେଶ ବାଗ
ଉଲୁଣ୍ଡା, (୨୫/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୮ତମ ପାତାଳୀ ମହୋତ୍ସବ ର ୪ର୍ଥ ସନ୍ଧ୍ୟା ।

ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷ ଙ୍କର ପ୍ରତିନିଧି ତଥା ସମାଜସେବୀ କୁର୍ତିବାସ ମିଶ୍ର ଓ ବିନିକା ବ୍ଳକ ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ର ଅଧ୍ୟକ୍ଷ ଙ୍କର ପ୍ରତିନିଧି ଅଶୋକ ନନ୍ଦ ଯୋଗ ଦେଇଥିଲେ।ଆଜି ୪ର୍ଥ ସନ୍ଧ୍ୟା ରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଜନ ସଙ୍ଗୀତ୍ ରାଗିଣୀ (ବାଲିକୁଦା, ଜଗତସିଂହପୁର) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଗାୟକମାନେ ସୁନ୍ଦର ଭଜନ ପରିବେଷଣ କରିଥିଲେ ।