Thursday, March 28, 2024

Top 5 This Week

Related Posts

ହରଭଙ୍ଗା ବ୍ଲକ ରେ ଜୀବଜନ୍ତୁ କଲ୍ୟାଣ ଦିବସ ପାଳିତ

ରିପୋର୍ଟ : ଚିତ୍ତରଞ୍ଜନ ସିଂହ
ହରଭଙ୍ଗା/ବୌଦ୍ଧ, (୨୫/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରାରେ ଜୀବଜନ୍ତୁ କଲ୍ୟାଣ ଦିବସ ପାଳନ ହୋଇଯାଇଛି । ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବିରେନ୍ଦ୍ର କୁମାର ପୃଷ୍ଟିଙ୍କ ସଭାପତିତ୍ୱ କରିଥିଲେ ।

ହରଭଙ୍ଗା ବ୍ଲକ ରେ ଜୀବଜନ୍ତୁ କଲ୍ୟାଣ ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦା. ପ୍ରଦୀପ୍ତ କୁମାର ରଥ, ମୁଖ୍ୟ ବକ୍ତା ଭାବେ ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କଂହର ଯୋଗଦେଇ ଜୀବଜନ୍ତୁ କଲ୍ୟାଣ ନିମନ୍ତେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ନିରୋଦ ଚନ୍ଦ୍ର କହଁର ଓ ପ୍ରଭାସ କୁମାର ବେହେରା, ନୋଡାଲ ଅଧିକାରୀ ଡ଼ା ସଂଘମିତ୍ରା ପରିମାଣିକ, ମଥୁରା ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର କଂହର, ଯୋଗଦେଇଥିଲେ ।

ଉକ୍ତ ଦିବସ ପାଳନ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚକ ଭାବେ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ର ସମ୍ପାଦକ କୃତ୍ତିବାସ ପଲିଆ ଯୋଗ ଦେଇଥିଲେ । ଏଥିରେ ହରଭଙ୍ଗାବ୍ଲକ ର ପ୍ରାଣୀ ଚିକିତ୍ସକ, ପ୍ରାଣୀ ମିତ୍ର ମାନେ ଯୋଗଦେଇଥିଲେ । ଏହି ଅବସରରେ ପ୍ରାଣୀ କଲ୍ୟାଣ ଉପରେ ଯୁବ କବି ରୋହିତ କୁମାର ଦୀପ ସ୍ୱରଚିତ କବିତା ପଠନ କରିଥିଲେ । ଶେଷରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରତିଭା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

Popular Articles