ଏମ୍.ସି.ଏଲ୍. ପରିବାର ତରଫରୁ ୭୪ତମ ଗଣତନ୍ତ ଦିବସ ପାଳିତ

0
163
ଏମ୍.ସି.ଏଲ୍.

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୬/୧) : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଢାମଣାହାଣ୍ଡି ପଞ୍ଚାୟତର ଶୁଣ୍ଢି ଧାରଗୁଡ଼ି ଗ୍ରାମରେ ଏମ୍.ସି.ଏଲ୍. ପରିବାର ତରଫରୁ ୭୪ ତମ ଗଣତନ୍ତ ଦିବସ ପାଳିତ ହୋଇଯାଇଛି ।WhatsApp Image 2023 01 26 at 20.44.59 ଏମ୍.ସି.ଏଲ୍. ପରିବାର ତରଫରୁ ୭୪ତମ ଗଣତନ୍ତ ଦିବସ ପାଳିତ

ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ବିଭୁତି ମହାନ୍ତି ଓ ପୁଷ୍ପାଞ୍ଜଳି ମହାନ୍ତି କମ୍ପାନୀର ଉଦଘାଟନ କରିଥିବା ବେଳେ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ପତାକା ଉତ୍ତୋଳନ କରି ଏମ୍.ସି.ଏଲ୍. ଆମ ଅଞ୍ଚଳ ରେ ହେଲେ ଚାଷୀଙ୍କ ଉନ୍ନତି ସହ ବେକାର ସମସ୍ୟା ଦୂର ହେବା ସହ ସରକାରଙ୍କ ରାଜସ୍ୱ ଆଦାୟ ଏବଂ ଅଞ୍ଚଳର ବହୁ ବିକାଶ ହେବ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ଅନ୍ୟ ପକ୍ଷ ରେ ଭୈରବ ପଡିଆରେ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପୌରାଧ୍ୟକ୍ଷ ଶଙ୍କର ରାଓ, ଗାନ୍ଧୀ ଛକ ଠାରେ ତହସିଲଦାର ଶ୍ରୀ ଶକ୍ତି ମହାପାତ୍ର, ବ୍ଲକ କାର୍ଯ୍ୟାଳୟରେ ବିଡିଓ ସ୍ନେହ ପ୍ରଭା ମାଝୀ, କୋର୍ଟରେ ଓକିଲ ସଂଘର ସଭାପତି ଶ୍ରୀ ମଣି ପ୍ରସାଦ ପଟ୍ଟନାୟକ ଏବଂ ବିଭିନ୍ନ ଅଟୋ ଟ୍ୟାକ୍ସି ଷ୍ଟାଣ୍ଡ ସହ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ସ୍କୁଲ, କଲେଜ ମାନଙ୍କରେ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି ।