Thursday, March 28, 2024

Top 5 This Week

Related Posts

ବୋରିଗୁମ୍ମା ଭୈରବ ପ୍ରେସ କ୍ଲବର ୭୪ତମ ସାଧାରଣ ତନ୍ତ୍ର ଦିବସ ସମାରୋହ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୨୬/୧) : ଆଜି ପୂର୍ବାହ୍ନ ୮ ଟା ସମୟ ରେ ବୋରିଗୁମ୍ମା ଭୈରବ ପ୍ରେସ୍ କ୍ଲବ ପକ୍ଷରୁ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।WhatsApp Image 2023 01 27 at 06.49.24 ବୋରିଗୁମ୍ମା ଭୈରବ ପ୍ରେସ କ୍ଲବର ୭୪ତମ ସାଧାରଣ ତନ୍ତ୍ର ଦିବସ ସମାରୋହ

ବୋରିଗୁମ୍ମା ଭୈରବ ପ୍ରେସ କ୍ଲବ ର ଉପଦେଷ୍ଟା କେ ନାଗରାଜ ଦୋରା ଜାତୀୟ ପତାକା ଉନ୍ମୋଚନ କରିଥିବା ବେଳେ ଜାତୀୟ ସଂଗୀତ ଗାନ ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ପ୍ରେସ କ୍ଲବର ସଭାପତି ବିଶ୍ୱଜିତ (ବାପି) ପାଣିଗ୍ରାହୀ, ଓଡିଶା ସାମ୍ବାଦିକ ସଂଘ, କୋରାପୁଟ ଶାଖା ର ଉପ ସଭାପତି ତଥା ଭୈରବ ପ୍ରେସ କ୍ଲବ ର କୋଷାଧ୍ୟକ୍ଷ ରବିଶଙ୍କର ମହାପାତ୍ର, ଉପ ସଭାପତି ସୁଦର୍ଶନ ପ୍ରଧାନ, ସମ୍ପାଦକ ଏସ୍.ସୁନ୍ଦରମ୍, ସୁଶାନ୍ତ କୁମାର ପଣ୍ଡା, ବିଶ୍ୱଜିତ ପାଣିଗ୍ରାହୀ, ରାମଚନ୍ଦ୍ର ନାୟକ ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ରହି ଗଣତନ୍ତ୍ର ଦିବସ ପାଳନ ର ମହତ୍ୱ ଓ ସମାଜ ଉପରେ ଏହାର ପ୍ରଭାବ ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିବା ଜଣା ପଡିଛି ।

Popular Articles