Friday, March 29, 2024

Top 5 This Week

Related Posts

ଗଣତନ୍ତ୍ର ଦିବସକୁ କଳାଦିବସ ପାଳନ ନିମନ୍ତେ ମାଓ ପୋଷ୍ଟର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
ରାୟଗଡ଼ା/କଲ୍ୟାଣସିଂହପୁର, (୨୬/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ବହୁ ଦିନ ନିରବ ପରେ ଆଜି ଗଣତନ୍ତ୍ର ଦିବସ କୁ କଳାଦିବସ ପାଳନ ନିମନ୍ତେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରଶାଲି ଠାରେ ୭ ଟି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।WhatsApp Image 2023 01 26 at 12.11.38 ଗଣତନ୍ତ୍ର ଦିବସକୁ କଳାଦିବସ ପାଳନ ନିମନ୍ତେ ମାଓ ପୋଷ୍ଟର

ଉକ୍ତ ପୋଷ୍ଟର ରେ ଜାନୁଆରୀ ୨୬ ମିଛ ଗଣତନ୍ତ୍ର ଦିବସ କୁ କଳାଦିବସ ପାଳନ, ଏଗଣତନ୍ତ୍ର ବ୍ରିଟିଶ ବନାଇଥିବା ଆଇନ ସହ ଆଜି ବି କଳା ଆଇନ ବନାଇ ଲୋକ ଙ୍କୁ ଦମନ କରାଯାଉଛି । ଗଣତନ୍ତ୍ର ନାଁ ରେ ଦେଶ ରେ ଚାଲୁଥିବା ଫାସିବାଦୀ ଶାସନ କୁ ବିରୋଧ କରନ୍ତୁ । ଏହି ଗଣତନ୍ତ୍ର ଫମ୍ପା ଗଣତନ୍ତ୍ର ,ଏହା ଧନୀ ପାଇଁ ଗରିବ ଲୋକ ପାଇଁ ନୁହେଁ । ଶେଷରେ ସି ପି ଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ବୋଲି ଉଲ୍ଲେଖ କରାଯାଇଛି ।

Popular Articles