ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆପଡ଼ା, (୨୭/୦୧) : ନୂଆପଡ଼ା ଅବକାରୀ ବିଭାଗର ବଡ଼ ସଫଳତା । ବେଆଇନ ମଦ ଠିପି ସହ ନକଲି ଅପମିଶ୍ରିତ ମଦ ବିପୁଳ ସଂଖ୍ୟାରେ ଜବତ । ସମ୍ବଲପୁର ସହର ରେ ନକଲି ମଦ ତିଆରି କରି ରାଜ୍ୟ ସାରା ଯୋଗାଉଥିଲା ଅଭିଯୁକ୍ତ ।
ଅଭିଯୁକ୍ତ ଜଣକ ବିହାର ଅଞ୍ଚଳର ବିକାଶ କୁମାର । ବିଦେଶୀ ମଦ ର ବିଭିନ୍ନ ବ୍ରାଣ୍ଡ ର ଲେବଲ ସହ ଷ୍ଟିକର କୁ ମଧ୍ୟ ଜବତ କରିଛି ନୂଆପଡ଼ା ଅବକାରୀ ବିଭାଗ । ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ଫେରାର ଥିବା ସୂଚନା । ସୂଚନା ମତେ ନୂଆପଡ଼ା ଅବକାରୀ ବିଭାଗ ର ଅଧିକାରୀ ମାନେ ଖରୀଆର ରୋଡ ରେଳ ଷ୍ଟେସନ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ଯୁବକ ସନ୍ଦେହ ଭାବରେ ଥିଲା । ସେହି ସମୟରେ ଅବକାରୀ ବିଭାଗ କର୍ମଚାରୀ ମାନେ ତାଙ୍କୁ ପଚରାଉଚୁରା କରିବାରୁ ସେ ନକଲି ମଦ ଯୋଗାଇ ଦେବାକୁ ଆସିଥିବା ସ୍ୱୀକାର କରିଥିଲା ।
ପରେ ଏକ ଟିମ୍ ଗଠନ କରି ସମ୍ବଲପୁର ସହର ର ମୁଦିପଡ଼ା ସ୍ଥିତ ଭଡା ଘରୁ ବିପୁଳ ମାତ୍ରାରେ ମଦ ସହ ନକଲି ମଦ ପାଇଁ ତିଆରି ହେଉଥିବା ବିଭିନ୍ନ କମ୍ପାନୀ ର ୫୧୩୨୭ ଗୋଟି ଠିପି, ୧୦୩୩୩ ଗୋଟି ଲେବଲ୍ , ୨୨୭୮୦ ଗୋଟି ଷ୍ଟିକର ଏବଂ ୧୫ ଲିଟର ଅପମିଶ୍ରିତ ମଦକୁ ଜବତ କରିଛି ଅବକାରୀ ବିଭାଗ । ତେବେ ଏହି ରାକେଟ ରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଅନ୍ୟପଟେ ଗିରଫ ଅଭିଯୁକ୍ତ ନାଁ ରେ ବଲାଙ୍ଗୀର , କଳାହାଣ୍ଡି, ସମ୍ବଲପୁର ,ବରଗଡ଼, ରାୟଗଡ଼ା ଭଳି ବିଭିନ୍ନ ଜିଲ୍ଲାରେ ମାମଲା ରୁଜ୍ଜୁ କରିଛି ଅବକାରୀ ବିଭାଗ ।