ଟାଙ୍ଗିଆରେ ପତ୍ନୀକୁ ହତ୍ୟା କଲା ସ୍ୱାମୀ

0
91
ଟାଙ୍ଗିଆରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୭/୦୧) : ପ୍ରଥମେ ପ୍ରେମ ବିବାହ ପରେ ପାରିବାରିକ କଳହରୁ ନିଜ ପତ୍ନୀ ଙ୍କୁ ଟାଙ୍ଗିଆରେ ନିର୍ମ୍ମମ ଭାବେ ହତ୍ୟା ।

ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିର୍ଲି ଗୁମା ପଞ୍ଚାୟତ ଅଧିନସ୍ଥ ଡକ୍ରି ବେଡା ଗ୍ରାମରେ । ଗତ ବର୍ଷ ଅଜୟ ମୁଦୁଲି ମମିତା ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ କିଛି ଦିନ ଠିକ ଠାକ ଚାଲିଲା କିନ୍ତୁ ପରେ ପରସ୍ପର ମଧ୍ୟରେ ମନ ମାଳିନ୍ୟ ଦେଖାଗଲା । ଅଜୟ ମୁଦୁଲି ଓ ତାଙ୍କ ସ୍ତ୍ରୀ ମମିତା ଅପରାହ୍ନରେ ରେ ଖରା ଧାନ ଚାଷ କରିବା ଲାଗି ଗାଁ ନିକଟସ୍ଥ ବିଲ ରେ କାମ କରିବାକୁ ଯାଇଥିଲେ । ଦିନ ସାରା ବିଲରେ କାମ କରି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ମଶାଣି ନିକଟରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବାରୁ ସାଙ୍ଗରେ ନେଇଥିବା ଟାଙ୍ଗିଆରେ ସ୍ତ୍ରୀ କୁ ଆକ୍ରମଣ କରିଥିଲେ ।

ଟାଙ୍ଗିଆ ଚୋଟରେ ସ୍ତ୍ରୀ ସେହି ଠାରେ ହିଁ ଟଳି ପଡିଥିଲା । ଖବର ପାଇ ଦଶମନ୍ତପୁର ଥାନା ଅଧିକାରୀ ଚନ୍ଦ୍ରଭାନୁ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଅଭିଯୁକ୍ତ କୁ ଅଟକ ରଖି ଅଧିକ ପଚାର ଉଚରା କରୁଛି । ଅନ୍ୟ ପଟେ ଅଧିକ ତଦନ୍ତ କରିବା ପାଇଁ କୋରାପୁଟ ର ଏକ ସାଇଣ୍ଟିପିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।