Friday, March 29, 2024

Top 5 This Week

Related Posts

ମାଘ ତିଳ ସପ୍ତମୀ ପାଳିତ : ନାମ ଯଜ୍ଞ ସହିତ ଅନ୍ନ ଯଜ୍ଞ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୮/୦୧) : ଓଡ଼ିଆ ସଂସ୍କୃତି, ପରମ୍ପରା ଓ ପୌରାଣିକ ମତ ଅନୁଯାଇ ମାଘ ମାସ କୁ ପବିତ୍ର ମାସ କୁହାଯାଏ ।WhatsApp Image 2023 01 28 at 18.40.31 ମାଘ ତିଳ ସପ୍ତମୀ ପାଳିତ : ନାମ ଯଜ୍ଞ ସହିତ ଅନ୍ନ ଯଜ୍ଞ

ଏହି ମାସରେ ଗାଁ ଠୁ ସହର ସବୁଠି ନାମ ଯଜ୍ଞ ଅନୁଷ୍ଠିତ ହୋଇଥାଏ । ମାଘ ମାସର ସାତ ଦିନ ଟିକୁ ତିଳ ସପ୍ତମୀ ବା ରଥ ସପ୍ତମୀ ନାମରେ ମଧ୍ୟ ପରିଚିତ । ସୂର୍ଯ୍ୟ ଙ୍କ ଉତରାୟଣ ଗତିର ଏହା ହେଉଛି ସପ୍ତମୀ ଦିନ । ଏହି ଦିନରେ ସୂର୍ଯ୍ୟ ଦେବତା ନିଜର ସାତୋଟି ଘୋଡା ସହ ଉତ୍ତର ଗୋଲାର୍ଦ୍ଧ କୁ ଗତିକରନ୍ତି । ରୁଷି କାଶ୍ୟପ ଓ ପତ୍ନୀ ଅଦିତି ଙ୍କ ଠାରୁ ସୂର୍ଯ୍ୟ ଏହି ଦିନରେ ଜନ୍ମ ହୋଇଥିଲେ ବୋଲି ପୌରାଣିକ ମତ ରହିଛି । ଭାରତୀୟ କୃଷକ ମାନେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ସହ କୃଷି କାର୍ଯ୍ୟ ଆରମ୍ଭ କରିବାପାଇଁ ଏହି ଦିନରେ ସୂର୍ଯ୍ୟ ଦେବତାଙ୍କୁ ଆଶୀର୍ବାଦ ଭିକ୍ଷା କରନ୍ତି ।

ଏହି ଦିନଟିରେ ବିଭିନ୍ନ ମନ୍ଦିର, ଦେବ ପୀଠ, ମଠ, ଗ୍ରାମ ଗୁଡିକରେ ପୂଜା ଅର୍ଚନା ସହିତ ନାମ ସଂକୀର୍ତନ୍ୟ, ଆୟୋଜିତ ହୋଇଥାଏ । ସେହିଭଳି ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମରେ ଆଜକୁ ୩୪ ବର୍ଷ ଧରି ଏହି ଦିନକୁ ତିଳ ସପ୍ତମୀ ଭାବେ ପାଳନ କରୁଛନ୍ତି । ଚଳିତ ବର୍ଷ ଏହି ତିଳ ସପ୍ତମୀ ଟିକୁ ଗ୍ରାମର ସମସ୍ତ ଜନସାଧାରଣ ଏକତ୍ରିତ ହୋଇ ପ୍ରାତଃ ରୁ ପୂର୍ଣ୍ଣ ଜଳକୁମ୍ଭ ଯଜ୍ଞ ମଣ୍ଡପ ରେ ସ୍ଥାପନ କରି ଶ୍ରୀମଦ ଭାଗବତ ନାମ ଯଜ୍ଞ ଆରମ୍ଭ କରିଛନ୍ତି ।

ପୁରୋହିତ ଉମେଶ ଯୋଶୀ ଙ୍କ ପୌରହିତତାରେ କର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଦିଗାମ୍ବର ବାଘ କାର୍ଯ୍ୟ କରିଥିଲେ । ଗ୍ରାମର ସଭାପତି ପ୍ରତାପ କିଶୋର ବେହେରା, ସମ୍ପାଦକ ବିଷ୍ଣୁ ଚରଣ ଦେହୁରୀ ଙ୍କ ସହିତ ଗ୍ରାମ୍ୟ କମିଟି ଏବଂ ଗ୍ରାମର ସମସ୍ତ ଜନସାଧାରଣ ଏହି ନାମ ଯଜ୍ଞ, ଅନ୍ନ ଯଜ୍ଞ ରେ ସହଯୋଗ କରିଥିଲେ ।

Popular Articles