ଅଗଷ୍ଟ ୨୩ ତାରିଖରୁ ଆରମ୍ଭ ହେବ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା : ରାଜ୍ୟ ପରିବହନ କମିସନର

0
197

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୦/୦୮) : ଆସନ୍ତା ଅଗଷ୍ଟ ୨୩ ତାରିଖରୁ ପୁଣି ଥରେ ‘LL’ ପାଇଁ ଆବେଦନ କରିବାକୁ ରାଜ୍ୟ ପରିବହନ କମିସନର (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରତ୍ୟେକ ଆରଟିଓ ନୂଆ ‘LL’ ଆବେଦନ କାମ ଅଗଷ୍ଟ ୨୩ ତାରିଖରୁ ଆରମ୍ଭ କରିବେ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି । ଗତ ୧୧ ତାରିଖରୁ ‘LL’ ପାଇଁ ପରୀକ୍ଷା ଆରମ୍ଭ କରିବାକୁ ଏସ୍‌ଟିଏ ପକ୍ଷରୁ କୁହାଯାଇଥିଲା । ବୁକିଂ ହୋଇଥିବା ସ୍ଲଟର ୫୦%କୁ ନେଇ ଏହି ପରୀକ୍ଷା କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।

ଫଳରେ ଆସନ୍ତା ୨୩ ତାରିଖରୁ ନୂଆ ‘LL’ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରତ୍ୟେକ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।