ଦେଶର ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ପୁରୀରୁ ଯାତ୍ରା କରିବ : କେନ୍ଦ୍ର ରେଳମନ୍ତ୍ରୀ

0
178

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୯/୦୮) : ଦେଶର ଦ୍ରୁତଗାମୀ ଟ୍ରେନ୍‌ ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଖିବାର ସୁଯୋଗ ପାଇବେ ଓଡିଶାବାସୀ । ଏଣିକି ଏହି ଟ୍ରେନ୍ ପୁରୀରୁ ଯାତ୍ରା କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନରେ ପୁରୀ ଗସ୍ତରେ ଆସିଥିବା ବେଳେ ଏମିତି କହିଛନ୍ତି ରେଳମନ୍ତ୍ରୀ ।

ଦେଶର ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲୁଥିବା ୭୫ଟି ଟ୍ରେନ ମଧ୍ୟରୁ ପୁରୀକୁ ଗୋଟିଏ ଟ୍ରେନ ଚଳାଚଳ କରିବ ବୋଲି ସେ କହିଛନ୍ତି । ପୁରୀ-କୋଣାର୍କ ରେଳ ଲାଇନର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ବିହିତ ପଦକ୍ଷେପ ନେବ ବୋଲି ସେ କହିଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସିଂହଦ୍ୱାର ଚକଡାରେ ପତିତପାବନ ଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ଓଡ଼ିଶାବାସୀଙ୍କୁ ଖୁସି କଲା ଭଳି ସେ ଏମିତି ଖବର ଶୁଣାଇଛନ୍ତି ।