ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀ ପାଳିତ : ସଦ୍‌ଭାବନା ଦିବସ ରୂପେ ପାଳିତ କରାଗଲା

0
148

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୦/୦୮) : ଆଜି ଢେଙ୍କାନାଳ ଗାନ୍ଧୀ ମନ୍ଦିର ଠାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ତମ ଜନ୍ମ ଦିବସକୁ ସଦ୍‌ଭାବନା ଦିବସ ରୂପେ ପାଳିତ ହୋଇଯାଇଛି ।WhatsApp Image 2021 08 21 at 8.38.20 AM 1 ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀ ପାଳିତ : ସଦ୍‌ଭାବନା ଦିବସ ରୂପେ ପାଳିତ କରାଗଲା

ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଵର୍ଗତ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ଯୋଗାଯୋଗ, କଜ୍ୟୁମର୍ ଆକ୍ସ, ବୈଦଶୀକ ନୀତି ଓ ସର୍ବୋପରି ଦେଶରେ ଏକତା, ଅଖଣ୍ଡତା ଓ ଗଣତନ୍ତ୍ରକୁ ସୁଦୃଢ କରିବା, ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ବହୁ ବିକାଶମୁଖୀ କାର୍ଯ୍ୟାବଳୀ ଉପରେ ଉପସ୍ଥିତ ନେତୃବୃନ୍ଦ ସଭାରେ ମତପ୍ରକାଶ କରିଥିଲେ |

ସଭାରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ଏଆଇସିସି ସଭ୍ୟ ସୁଭାଷିନୀ ମହାକୁଡ, ବରିଷ୍ଠ ସଦସ୍ୟ ରବିନାରାୟଣ ମହାନ୍ତି, ନାରୀନେତ୍ରୀ ତଥା ପିସିସି ସାଧାରଣ ସଂପାଦକ ସୋସିଆଲ୍ ମିଡିଆ ସମସିହା ତାୟବ, ଜିଲ୍ଲା ଉପସଭାପତି ଗୋପାଳ ସାହୁ, ଜିଲ୍ଲା ଆଇନ୍ ସେଲ୍ ଅଧ୍ୟକ୍ଷ ଅମ୍ରାନ ଖଟୁଆ, ବରିଷ୍ଠ ନେତା ନିର୍ମଳ ମିଶ୍ର, ରୁଦପ୍ରକାଶ ଶରଣ, ନିଶାକର ସାହୁ, ବିଜୟ କୁମାର ସ୍ୱାଇଁ, ଶେକ୍ ଜାବିଦ୍ ବକୁ, ସଂପାଦକ ମହମ୍ମଦ ସର, ନଗର ସଭାପତି ହାଇଦର ମହମ୍ମଦ, ଜିଲ୍ଲା ଛାତ୍ର ସଭାପତି ଶୁଭମ ଦାସ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଙ୍କର ସ୍ମୃତିଚାରଣ କରିଥିଲେ ।WhatsApp Image 2021 08 21 at 8.38.21 AM ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୭୮ତମ ଜୟନ୍ତୀ ପାଳିତ : ସଦ୍‌ଭାବନା ଦିବସ ରୂପେ ପାଳିତ କରାଗଲା

ସଭାକାର୍ଯ୍ୟ ପ୍ରାରମ୍ଭରେ ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇମିନିଟ୍ ପ୍ରାର୍ଥନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ଦାଶଙ୍କ ନେତୃତ୍ୱରେ ଏକ ଜିଲ୍ଲାସ୍ତରୀୟ ରକ୍ତଦାନ ଶିବିର ମୁଖ୍ୟ ଚିକିତ୍ସାଳୟସ୍ଥିତ ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବରରେ ୩୩୦ ୟୁନିଟି ରକ୍ତ ସଂଗ୍ରହ କରାଯାଇ ରକ୍ତଭଣ୍ଡାରକୁ ପ୍ରଦାନ କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ କମଲ ପ୍ରୀତି ସିଂ , ଡୋନେଶ ମହାପାତ୍ର , ସିଦ୍ଧାନ୍ତ ମିଶ୍ର , ଜ୍ୟୋତି ପ୍ରକାଶ ବେହେରା , ହାଇଦର ମହଙ୍ଗୁ , ବିଶ୍ବଜିତ୍ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।