ମାର୍ଚ୍ଚ ୧୫ ରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ସାମିଲ ହେବେ ବୌଦ୍ଧ ଜିଲ୍ଲାର ସମସ୍ତ ଡ଼୍ରାଇଭର

0
110
ମାର୍ଚ୍ଚ ୧୫

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୫/୨) : ଓଡ଼ିଶା ର ସମସ୍ତ ଡ଼୍ରାଇଭର ସଂଘ ରାଜ୍ୟ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ବାରମ୍ବାର ଅଭିଯୋଗ କରୁଥିବା ବେଳେ କର୍ଣ୍ଣପାତ କରୁନାହାନ୍ତି ସରକାର । ତେଣୁ ସମସ୍ତ ଡ଼୍ରାଇଭର ସଂଘ ସରକାରଙ୍କ ବୈମାତୃକ ମନୋଭାବର ଜବାବ୍ ଦେବା ପାଇଁ ଆସନ୍ତା ମାର୍ଚ୍ଚ ୧୫ ତାରିଖ ଠାରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକରେ ଓଡ଼ିଶା ଡ଼୍ରାଇଭର ମହାସଂଘ ର ସଭାପତି ଅଞ୍ଜନ କୁମାର ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଭଳିଆପଦର ମାହେଶ୍ୱରୀ ମନ୍ଦିର ସମ୍ମୁଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଆସନ୍ତା ମାର୍ଚ୍ଚ ୧୫ ତାରିଖ ରେ ଷ୍ଟେରୀଙ୍ଗ ଛାଡ଼ ଆନ୍ଦୋଳନକୁ କିପରି ଭାବରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ପାଳନ କରାଯିବା ସେହି ଉପରେ ଆଲୋଚନା ହୋଇଥିବା ବେଳେ ଦୈନନ୍ଦିନ ଜୀବନ ଜୀବିକା ତଥା ଗୁରୁତ୍ୱ ପୂର୍ଣ୍ଣ କ୍ଷୀର ଗାଡି, ସ୍କୁଲ ଗାଡି ,ପୋଲିସ ସେବା, ଅଗ୍ନି ସେବା ଓ ସମସ୍ତ ଜରୁରୀକାଳୀନ ସେବା କୁ ଏହି ଆନ୍ଦୋଳନ ରୁ ବାଦ୍ ଦେବାକୁ ନିଷ୍ପତି ନିଆଯାଇଥିଲା ।

ଆଜିର ଏହି ବୈଠକରେ ଓଡ଼ିଶା ଡ୍ରାଇଭର ମହାସଂଘର ଜିଲ୍ଲା ସଭାପତି ବିପିନ ବିହାରୀ ବ୍ରହ୍ମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସୁଜିତ୍ କୁମାର ସ୍ୱାଇଁ ସମ୍ପାଦକ, ସୁଶାନ୍ତ ହୋତା ସହ ସଂପାଦକ, ବିଶ୍ଵାମିତ୍ର ବିଶି କୋଷାଧକ୍ଷ ଯୋଗ ଦେଇଥିଲେ । ଅନ୍ୟପଟେ ଓଡ଼ିଶା ମୋଟର ଚାଳକ ସଂଘ ର ରାଜ୍ୟ କମିଟି ମେମ୍ବର ଆସ୍ତିକ ନାୟକ, ସଞ୍ଜୟ କୁମାର ନାୟକ ସଭାପତି, ମହାଦେବ ବେହେରା ସମ୍ପାଦକ, ରାଜେଶ୍ କୁମାର ମେହେର କୋଷାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । କଣ୍ଟାମାଳ ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ଅଞ୍ଜନ କୁମାର ପଟ୍ଟନାୟକ, କୁଷଲେଶ୍ୱର ସେଲମା କୋଷାଧ୍ୟକ୍ଷ, ବିକ୍ରମ ସାହୁ ଉପଦେଷ୍ଟା ସାମିଲ ଥିବା ବେଳେ କଣ୍ଟାମାଳ ବ୍ଲକ ର ସମସ୍ତ ଡ୍ରାଇଭର ଭାଇ ମାନେ ଯୋଗ ଦେଇ ଆନ୍ଦୋଳନ କୁ ସଫଳ କରିବା ପାଇଁ ଶପଥ ପାଠ କରିଥିଲେ ।