ଜଳୁଛି ଜଙ୍ଗଲ ! ଗାଢ଼ ନିଦ୍ରାରେ ବନବିଭାଗ

0
98
ଜଳୁଛି

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୫/୦୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନରେ ଥିବା ବିଭିନ୍ନ ବନାଞ୍ଚଳ ରେ ଏବେ ନିଆଁ ଆତଙ୍କ ଦେଖିବାକୁ ମିଳୁଛି । ଜଳୁଛି ଜଙ୍ଗଲ ! ଗାଢ଼ ନିଦ୍ରାରେ ବନବିଭାଗ ।

କାଗଜ ପତ୍ର ରେ ଚାଲିଛି ବନବିଭାଗ ର ନିଆଁ ଲିଭା କାର୍ଯ୍ୟ । ବାସ୍ତବରେ ଫଳ ଶୂନ । ରାସ୍ତା କଡ଼, ଥାନା ସାମ୍ନା, ବିଭାଗୀୟ କାର୍ଯାଳୟ ନିକଟରେ ନିଆଁ ଲାଗିଲେ ଜାଣି ପାରୁନି ବନ ବିଭାଗ । ଜଳୁଛି ଜଙ୍ଗଲ ! ଗାଢ଼ ନିଦ୍ରାରେ ବନବିଭାଗ ଏଣୁ ଜଣାପଡୁଛି ଉପାନ୍ତ ପାହାଡିଆ ଅଞ୍ଚଳ ରେ ଜଙ୍ଗଲ ଅବସ୍ଥା କ’ଣ ହେଉଥିବ । ଗତ କାଲି ସନ୍ଧ୍ୟା ସମୟରେ ପୁରୁଣା କଟକ ବନାଞ୍ଚଳ ପୁରୁଣା କଟକ ଥାନା ପାଖରେ ରାସ୍ତା କଡ ଜଙ୍ଗଲ ରେ ନିଆଁ ଲାଗିଥିବା ବେଳେ ବିଭାଗୀୟ ଅଧିକାର ଜାଣିପାରିନଥିବା ବେଳେ ସ୍ଥାନୀୟ ଚାରିଛକ ବାସିନ୍ଦା ମାନେ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ ଫଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇ ନିଆଁ କୁ ଆୟତ୍ତ କରିଥିଲେ ।

ଅପର ପକ୍ଷେ ମାଧପୁର ବନାଞ୍ଚଳ ଏନଏଚ -୫୭ ରୁ କୁସଙ୍ଗ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା କଡରେ ତଳଗାଁ ପଞ୍ଚାୟତ ଗଣ୍ଡପାଜୁ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏପଟେ ବିଭାଗୀୟ ଅଧିକାରୀ ପାଖରେ ପ୍ରତିଦିନ କାଗଜ କଲମରେ ନିଆଁ ଲିଭା ହେଉଛି ବୋଲି ତଥ୍ୟ ରହୁଥିବା ବେଳେ ସେପଟେ ନିଆଁ ପ୍ରଭାବରେ ଜଙ୍ଗଲ ଧ୍ବଂସ ସହିତ ଜଙ୍ଗଲୀ ପଶୁ, ପକ୍ଷୀ ସରୀସୃପ ନିଆଁ ରେ ପୋଡିହୋଇ ଲୋପ ହେବାକୁ ବସିଲେଣି । ଏହି ଭଳି ବନ ବିଭାଗୀୟ କର୍ମଚାରୀ ଙ୍କ ଖାମ ଖିଆଲି କାର୍ଯ୍ୟକୁ ନେଇ ଚାରିଛକ ଅଞ୍ଚଳ ର ବାସିନ୍ଦା ମାନେ ବନବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।