ମହିମା ଆଶ୍ରମ ପରିଦର୍ଶନ କଲେ ଜିଲ୍ଲା ବୌଦ୍ଧ ଜିଲ୍ଲାପାଳ

0
102
ମହିମା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୬/୦୨) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଢ଼ିଗାଁ ପଞ୍ଚାୟତ ବଲାସିଙ୍ଗା ଗ୍ରାମରେ ମହିମା ଧର୍ମର ଜ୍ଞାନପୀଠ ମହୁଲମୂଳ ମହିମା ପିଠ ଅବସ୍ଥିତ ।WhatsApp Image 2023 02 26 at 18.14.30 ମହିମା ଆଶ୍ରମ ପରିଦର୍ଶନ କଲେ ଜିଲ୍ଲା ବୌଦ୍ଧ ଜିଲ୍ଲାପାଳ

କିମ୍ବଦନ୍ତୀ କହେ ମହିମା ଧର୍ମର ମୁଖ୍ୟ ମହିମାଗୋସାଇଁ ପ୍ରଥମ ଶିଷ୍ୟ ଭାବେ ବଲାସିଙ୍ଗା ଗ୍ରାମର ଗୋବିନ୍ଦ ବାବା ଓ ମହିମାଧର୍ମର ପ୍ରଚାରକ ଭୀମ ଭୋଇ ଙ୍କୁ ଜ୍ଞାନ ଦେଇଥିଲେ । ଉକ୍ତ ମହୁଲ ମୂଳରେ ହିଁ ଜ୍ଞାନ ପ୍ରଦାନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି ।ଏହି ପିଠ ଟି ଅତି ପୁରାତନ ହେଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଠିକ୍ ଭାବେ ପଡ଼ିପାରି ନଥିବାରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ । ଆଜି ମଧ୍ୟାହ୍ନ ସମୟରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ, ଉପ ଜିଲ୍ଲାପାଳ ରବୀନ୍ଦ୍ର କୁମାର କହଁର, ତହସିଲଦାର ଦେବି ପ୍ରସାଦ ଦାଶ, ବୌଦ୍ଧ ନଗରପାଲ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ମହିମାଆଶ୍ରମ ର ସାଧୁ କୁଳଧର ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସ ଓ ସାଧୁ ମଦନ ଦାସ ଙ୍କ ସହିତ ଆଲୋଚନା କରିଥିଲେ । ଆଲୋଚନାରେ ଆଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସରକାରୀ ସ୍ତରରେ ଚେଷ୍ଟା କରିବା ପାଇଁ ପ୍ରତିଶୃତି ଦେଇଥିଲେ ।